ଭୁବବେଶ୍ବର: ଉଜବେକି ସ୍ଥାନର ସମରକାନ୍ଦରେ ୩୦ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସେଣ୍ଟ୍ରାଲ ଏସିଆନ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଭାରତ ବ୍ରୋଞ୍ଜ ପଦକ ସଫଳତା ହାସଲ କରିଛି । ପଦକ ଲଢେଇରେ ଭାରତ ୨୫-୨୦ ଗୋଲରେ କାଜାକିସ୍ଥାନକୁ ପରାଜିତ କରି ତୃତୀୟ ସ୍ଥାନ ହାସଲ କରିଥିଲା ।
ଏହି ପ୍ରତିଯୋଗିତାରେ ଓଡିଆ ପୁଅ ସ୍ବସ୍ତିକ ମହାପ୍ରସାଦ ପତି ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଶିକ୍ଷକ ଗୌରୀ ଶଙ୍କର ମିଶ୍ରଙ୍କ ତତ୍ତ୍ବାବଧାନରେ ଭାରତୀୟ ଦଳ ଉଚ୍ଚ କୋଟିର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି ।
ସୂଚନା ଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ ଏସିଆନ ଯୁବ ହ୍ୟାଣ୍ଡବଲ ଭାରତୀୟ ଦଳରେ ସ୍ଥାନ ପାଇ ଯୋଡାନ ଗସ୍ତ କରିଥିଲେ ସ୍ବସ୍ତିକ । ଓଡିଶାର ପ୍ରଥମ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନଙ୍କ ଖେଳରେ ଅନୁପ୍ରାଣିତ ହୋଇ କୋଚ୍ ଗୌରୀଶଙ୍କରଙ୍କ ମିଶ୍ରଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି ସ୍ବସ୍ତିକ ।
ଗତ ୨୦୨୪ ରେ ଓଡିଶାର ଆର୍ଯ୍ୟନ ବ୍ରାହ୍ମିନ ମଧ୍ୟ ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତି ଓଡିଶା ପାଇଁ ଗୌରବ ଆଣିଥିଲେ । ସ୍ବସ୍ତିକ ଗୌରୀଶଙ୍କର ଏହି ସଫଳତା ପାଇଁ ଓଡିଶା ହ୍ୟାଣ୍ଡବଲ ସଂଘ ସଭାପତି ବିପ୍ଳବ ଚୌଧୁରୀ, ସମ୍ପାଦକ ମାନସ କୁମାର ସିଂ, କୋଷାଧ୍ୟକ୍ଷ ସିତେନ୍ଦ୍ର ନାଥ ଦାସ ଏବଂ ଭୁବନେଶ୍ବର ହ୍ୟାଣ୍ଡବଲ ସଂଘ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।