Latest Odisha News

BREAKING NEWS

ଦମଦାର୍ ବ୍ୟାଟିଂ ସହ କୁଲଦୀପଙ୍କ ହ୍ୟାଟ୍ରିକ୍; ୧୦୭ ରନରେ ଟିମ୍ ଇଣ୍ଡିଆ ଜିତିଲା ମ୍ୟାଚ୍

ବିଶାଖାପାଟଣା: ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ନିଖୁଣ ବୋଲିଂ ଆଗରେ ହାର୍ ମାନିଛି ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜ୍ ଦଳ । ପ୍ରଥମ ଦିନିକିଆ ଜିତି ଦୃଢ ମନୋବଳ ହାସଲ କରିଥିବା ୱେଷ୍ଟଇଣ୍ଡିଜ୍ ଦଳକୁ ବିଶାଖାପାଟଣା ଦିନିକିଆରେ ଭାରତ ୧୦୭ ରନରେ ପରାସ୍ତ କରି ଶୃଙ୍ଖଳାକୁ ୧-୧ରେ ବରାବର ରଖିପାରିଛି ।

ଆଜି କପ୍ତାନ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ୫୦ ଓଭରରେ ୫ ୱିକେଟ ହରାଇ କରିଥିଲା ୩୮୭ ରନର ବିଶାଳ ସ୍କୋର । ଓପନର୍ ରୋହିତ ଶର୍ମା ଆକର୍ଷଣୀୟ ୧୫୯ ରନ ଏବଂ କେ ଏଲ ରାହଲ କରିଥିଲେ ୧୦୨ ରନ । ସେହିପରି ରିଶଭ ପନ୍ଥ ଏବଂ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ୫୩ ରନ ଓ ୩୯ ରନ ଭାରତ ଲାଗି ଉପଯୋଗୀ ସାବ୍ୟସ୍ତ ହୋଇଥିଲା ।

ଜିତିବାକୁ ୩୮୮ ରନର ଲକ୍ଷ୍ୟ ନେଇ ୱେଷ୍ଟଇଣ୍ଡିଜ୍ ଦଳ ୪୩.୩ ଓଭରରେ ମାତ୍ର ୨୮୦ ରନ୍ କରିବାକୁ ସକ୍ଷମ ହୋଇପାରିଥିଲା ।

ଭାରତୀୟ ବୋଲର୍ ଏହି ମ୍ୟାଚରେ ହ୍ୟାଟ୍ରିକ୍ ହାସଲ କରିବା ଫଳରେ ୱେଷ୍ଟଇଣ୍ଡିଜ ଦଳ ଶିଘ୍ର ପରାଜୟର ସମ୍ମୁଖୀନ ହୋଇଥିଲା । ଏହି ମ୍ୟାଚରେ ମହମ୍ମଦ ସାମି ୩ଟି, ରବୀନ୍ଦ୍ର ଜାଡ଼େଜା ୨ଟି ଏବଂ ଶାର୍ଦ୍ଦୁଲ୍ ଠାକୁର ଗୋଟିଏ ୱିକେଟ ହାସଲ କରିପାରିଥିଲେ ।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ହୋପ୍ ୭୮, ପୁରଣ ୭୫ ରନ ଏବଂ ପଲ୍ ୪୬ ରନ କରିପାରିଥିଲେ ।

ରୋହିତ ଶର୍ମା ‘ମ୍ୟାନ ଅଫ ଦି ମ୍ୟାଚ୍’ ପୁରସ୍କାର ହାସଲ କରିଛନ୍ତି ।

ଏବେ ଶୃଙ୍ଖଳା ୧-୧ରେ ବରାବର ରହିଥିବା ବେଳେ ଉଭୟ ଦଳ ଆସନ୍ତା ୨୨ ତାରିଖ କଟକର ବାରବାଟୀରେ ହେବାକୁ ଥିବା ମ୍ୟାଚ୍ ଜିତି ସିରିଜ୍ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି ।

Leave A Reply

Your email address will not be published.