Latest Odisha News

BREAKING NEWS

ଜାଣନ୍ତୁ କାହିଁକି, ଡିସେମ୍ବର ୨୫ ତାରିଖରେ ଶ୍ରୀମନ୍ଦିର ଖୋଲା ରହିବ ସାରାରାତି !

ପୁରୀ: ଆସନ୍ତା ଡିସେମ୍ବର ୨୫ ତାରିଖ ଅର୍ଥାତ ବଡ଼ଦିନ ରାତିରେ ସାରାରାତି ଶ୍ରୀମନ୍ଦିରର ଖୋଲା ରହିବ ।

ପ୍ରାପ୍ତ ସୂଚନା ଅନୁସାରେ ଡିସେମ୍ବର ୨୬ ତାରିଖରେ ସୂର୍ଯ୍ୟପରାଗ ହେଉଥିବାରୁ ୨୫ ତାରିଖ ରାତି ସାରା ଶ୍ରୀମନ୍ଦିର ଖୋଲା ରହିବା ନେଇ ବୁଧବାର ଦିନ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ସଭାପତି ଓ ସଂପାଦକ ଉପସ୍ଥିତ ଥିଲେ ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୨୬ ତାରିଖରେ ସୂର୍ଯ୍ୟପରାଗ ଥିବାରୁ ୨୫ ତାରିଖ ଦିନ ରାତି ସମୟରେ ଶ୍ରୀମନ୍ଦିର ଖୋଲା ରହିବ । ୨୫ ତାରିଖ ରାତି ୮ଟା ୨୦ମିନିଟରୁ ପାକ ତ୍ୟାଗ ହେବ । ଅନ୍ନ ଭୋଜନ, ପାକ ଦ୍ରବ୍ୟ ଓ ଦେବ ନୀତି ମଧ୍ୟ ନିଷେଦ୍ଧ । ସୂର୍ଯ୍ୟାପରାଗ ଆରମ୍ଭ ହେଲେ ଶ୍ରୀମନ୍ଦିରରେ ପରାଗ ନୀତିକାନ୍ତି କରାଯିବ ।

ଏହାସହ ଆଗକୁ ନୂଆବର୍ଷ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିରରେ ଡିସେମ୍ବର ୩୧ ତାରିଖ ରାତି ୧୧ଟା ସୁଦ୍ଧା ମହାପ୍ରଭୁଙ୍କ ପହଡ଼ ପଡ଼ିବ ।

ପୁଣି ରାତି ୨ଟାରୁ ମନ୍ଦିର ଖୋଲାଯାଇ ନୀତିକାନ୍ତି ଆରମ୍ଭ କରାଯିବା ନେଇ ବୈଠକରେ ନିଷ୍ପତି ହୋଇଛି ।

Leave A Reply

Your email address will not be published.