Latest Odisha News

BREAKING NEWS

SAFF U17 Championship 2025 : ବାଂଲାଦେଶକୁ ମାତ୍ ଦେଇ ୭ମ ଥର ପାଇଁ ଟାଇଟଲ ହାସଲ କଲା ଭାରତ

ନୂଆଦିଲ୍ଲୀ: ୧୭ ବର୍ଷରୁ କମ୍ SAFF ଚାମ୍ପିଅନସିପ୍ ୨୦୨୫ରେ ଭାରତୀୟ ଦଳର ବାଜିମାତ୍ । କଲମ୍ବୋଠାରେ  ଖେଳାଯାଉଥିବା ଫାଇନାଲ ମୁକାବିଲାରେ ପେନାଲ୍ଟି ସୁଟଆଉଟରେ ବାଂଲାଦେଶକୁ ୪-୧ ଗୋଲରେ ପରାସ୍ତ କରି ଭାରତୀୟ ଫୁଟବଲ୍ ଦଳ ତା’ର ସପ୍ତମ SAFF U17 ଚାମ୍ପିଅନସିପ୍ ଟାଇଟଲ ଜିତିଛି।

ଫାଇନାଲରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ କଡ଼ା ପ୍ରତିଯୋଗିତା ହୋଇଥିଲା। ଟିମ୍ ଇଣ୍ଡିଆ ନେପାଳକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ଭାରତୀୟ ଦଳ ଫାଇନାଲରେ ତା’ର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିଥିଲା। ଫଳରେ ଡେନି ସିଂହ ୱାଙ୍ଗଖେମଙ୍କ(Denny Singh Wangkhem) ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପେନାଲ୍ଟି ସୁଟଆଉଟରେ ୪-୧ ଗୋଲରେ ବିଜୟୀ ହୋଇଥିଲା। ଗୋଲକିପର ମନଶଜ୍ୟୋତି ବରୁଆ ତାଙ୍କର ଚମତ୍କାର ପ୍ରଦର୍ଶନ ସହିତ ସମସ୍ତ ପ୍ରଶଂସକଙ୍କ ହୃଦୟ ଜିତିଥିଲେ।

ପ୍ରଥମାର୍ଦ୍ଧରେ ଡାଲାମୁଅନ୍ ଗାଙ୍ଗଟେ (୪’) ଏବଂ ଆଜଲାନ୍ ଶାହ କେଏଚ (୩୮’)ଙ୍କ ଗୋଲ ବଳରେ ୨-୧ରେ ଆଗୁଆ ହୋଇଥିଲା, କିନ୍ତୁ ଶେଷ ମିନିଟ୍‌ରେ ବାଂଲାଦେଶ ଇହସାନ୍ ହବିବ୍ ରିଡୁଆନ୍ ଗୋଲ ଦେଇ ସ୍କୋରକୁ ୨-୨ରେ ସମାନ କରି ଦେଇଥିଲେ, ଯାହା ଫଳରେ ମ୍ୟାଚ ସୁଟଆଉଟ କୁ ଯାଇଥିଲା ।

ସୂଚନାଥାଉକି, କୋଚ୍ ବିବିଆନୋ ଫର୍ଣ୍ଣାଣ୍ଡିସଙ୍କ ନେତୃତ୍ୱରେ, ଭାରତୀୟ ୧୭ ବର୍ଷରୁ କମ୍ ଦଳ ପଞ୍ଚମ ଥର ପାଇଁ ଟ୍ରଫି ଜିତିଛି। ଯଦି ଏହି ଯୁବ ଖେଳାଳିମାନେ ସମାନ ପ୍ରଦର୍ଶନ ଜାରି ରଖନ୍ତି, ତେବେ ଭାରତୀୟ ଫୁଟବଲର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରେ।

Comments are closed.