Latest Odisha News

ଏସୀୟ କ୍ରୀଡ଼ା: ମହିଳା ହକି ଦଳକୁ ମିଳିଲା ରୌପ୍ୟ ପଦକ

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେଉଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ରୌପ୍ୟ ପଦକ ହାସଲ କରିଛି । ଫାଇନାଲରେ ଜାପାନ ଭାରତକୁ ୨-୧ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତି ପାରିଛି ।

ଆଜିର ଏହି ମ୍ୟାଚଟିକୁ କୋଟି କୋଟି ଭାରତୀୟ ହକିପ୍ରେମୀ ଦେଖୁଥିଲେ । ଆଶାଥିଲା ଭାରତୀୟ ମହିଳା ଦଳ ଫାଇନାଲ୍ ଜିିତି ନିଶ୍ଚିତ ରୂପେ ସ୍ୱର୍ଣ୍ଣ ପଦକ ହାସଲ କରିବେ । କିନ୍ତୁ ଆଜିର ମ୍ୟାଚରେ ଜାପାନୀ ଦଳ ସବୁ କ୍ଷେତ୍ରରେ ଭଲ ଖେଳ ପ୍ରଦର୍ଶନ କରି ମ୍ୟାଚଟିକୁ ଭାରତଠୁଁ ଛଡ଼େଇ ଆଣିଥିଲା ।

ଭାରତୀୟ ଦଳ ସମସ୍ତ ଶକ୍ତି ଖଟାଇ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ୨-୧ ଗୋଲରେ ଜାପାନ ବିଜୟ ହାସଲ କରିପାରିଛି । ମ୍ୟାଚର ୧୧ ମିନିଟରେ ସିମଝୁ ଜାପାଦ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ । ତେବେ ନେହାଙ୍କ ୨୫ ମିନିଟରେ ଏକ ଗୋଲ୍ ବଳରେ ଭାରତ ୧-୧ରେ ବରାବର ରଖିପାରିଥିଲା ।

କିନ୍ତୁ ଏହି ଫାଇନାଲ ମୁକାବିଲାର ୪୪ ମିନିଟରେ ଜାପାନୀ ଖେଳାଳି କାୱାମୁରା ଏକ ଚମତ୍କାର ବିଜୟ ସୂଚକ ଗୋଲ ଦେଇଥିଲେ । ପରିଶେଷରେ ଜାପାନ ୨-୧ ଗୋଲରେ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଛି ।

Leave A Reply

Your email address will not be published.