Latest Odisha News

BREAKING NEWS

ଅନୁଗୁଳ: ଭାଇରାଲ୍ ହେଲା ବିବାହିତ ମହିଳାଙ୍କ ଅଶ୍ଳିଳ ଭିଡ଼ିଓ, ୩ ଅଟକ

ଅନୁଗୁଳ: ହ୍ୱାଟ୍ସଅପ୍ ଗ୍ରୁପରେ ଭାଇରାଲ ହେଲା ବିବାହିତ ମହିଳାଙ୍କ ଅଶ୍ଳିଳ ଭିଡ଼ିଓ । ଜଣେ ବିବାହିତ ଦମ୍ପତିଙ୍କ ଅସଙ୍ଗତ ଅବସ୍ଥାର ଅଶ୍ଳିଳ ଭିଡ଼ିଓକୁ କିଛି ହ୍ୱାଟ୍ସଅପ୍ ଗ୍ରୁପ ଆଡ଼ମିନ ଭାଇରାଲ କରି ଦେଇଥିବାର ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳରୁ ୩ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଏହି ଅଶ୍ଳିଳ ଭିଡ଼ିଓଟି ‘କଣଲୋଇ ଲୋକାଲ ଟୋକା’ ନାମକ ଏକ ହ୍ୱାଟ୍ସଅପ ଗ୍ରୁପରେ ପୋଷ୍ଟ ହୋଇଥିଲା । ପରେ ପରେ ଅନ୍ୟ ତିନିଟି ଗ୍ରୁପରେ ଗ୍ରୁପ ଆଡ଼ମିନ ପୋଷ୍ଟ କରିଦେବା ପରେ ସବୁ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓଟି ଭାଇରାଲ୍ ହୋଇଯାଇଥିଲା ।

ଏହି ଭିଡ଼ିଓଟିରେ ଏକ ନବ ବିବାହିତା ମହିଳା ଓ ତାଙ୍କ ସ୍ୱାମୀଙ୍କ ସହିତ ଅନ୍ତରଙ୍ଗ ମୂହୁର୍ତ୍ତର ଅଶ୍ଳିଳ ରେକର୍ଡ଼ି ରହିଛି । ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ଜାଣିପାରି ଛେଣ୍ଡପଦା ଓ ଅନୁଗୁଳ ଅଞ୍ଚଳରେ ଛାନଭିନ୍ କରିଛି ।

ସୂତ୍ରରୁ ଜଣାପଡ଼ିଛି, ଏହି ବିବାହିତ ଦମ୍ପତି ବିବାହ ପୂର୍ବରୁ ଏକାଠି ରହୁଥିବା ବେଳେ ଅନ୍ତରଙ୍ଗ ମୂହୁର୍ତ୍ତର ଦୃଶ୍ୟକୁ ସ୍ୱାମୀ ଜଣକ ରେକର୍ଡ଼ିଂ କରିଥିଲେ । କୌଣସି କାରଣରୁ ସେହି ସମୟରେ ଭିଡ଼ିଓଟିକୁ ସେ ତାଙ୍କ ସାଙ୍ଗମାନଙ୍କୁ ପଠାଇଥିଲେ ।

ପୋଲିସ ଏ ସମ୍ପର୍କରେ ତଦନ୍ତ କରିବା ସହିତ ୩ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାରେ ଏହିବର୍ଷ ଜୁନ ମାସରେ କିଛି ଯୁବକ ଜଣେ ନାବାଳିକା ଛାତ୍ରୀର ଅଶ୍ଳିଳ ଭିଡ଼ିଓ ରେକର୍ଡ଼ିଂ କରି ଭାଇରାଲ୍ କରିଦେଇଥିଲେ । ପରେ ସୋସିଆଲ୍ ମିଡ଼ିଆରେ ଏହି ଭିଡ଼ିଓଟି ଭାଇରାଲ୍ ହୋଇଯାଇଥିଲା ।

ଜୁନ ୧୪ ତାରିଖରେ ଦୁଇ ପ୍ରେମିକ/ପ୍ରେମିକା ଭିତରକନିକାର ପେଣ୍ଠ ବେଳାଭୂମିକୁ ବୁଲିବାକୁ ଯାଇଥିଲେ । ତେବେ ଏକୁଟିଆ ପାଇ କଲେଜ ଛାତ୍ରୀ ଜଣଙ୍କୁ ୫/୬ ଜଣ ଯୁବକ ଅସଦାଚରଣ କରିଥିଲେ ।

ପ୍ରେମିକ ଜଣକ ବିରୋଧ କରିବାରୁ ତାଙ୍କୁ ଗଛରେ ବାନ୍ଧିଦେଇ ଝିଅଟିକୁ ଅସଦାଚରଣ କରିବା ସହିିତ ଅଶ୍ଳିଳ ଭିଡ଼ିଓ ରେକର୍ଡ଼ି କରିଥିଲେ । ପରେ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଯାଇଥିଲା । ସେହିସମୟରେ ରାଜନଗର ଅଞ୍ଚଳରେ ଏହି ଘଟଣାଟି ଆଲୋଡ଼ନ ସୃଷ୍ଟି କରିଥିଲା । ଞ୍ଚ

Leave A Reply

Your email address will not be published.