Latest Odisha News

BREAKING NEWS

ଟି୨୦ ସିରିଜ: ହରମନପ୍ରୀଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶକୁ ହରାଇଲା ଭାରତ

ମୀରପୁର: ହରମନପ୍ରୀତ କୌରଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ୭ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୫ ୱିକେଟ ହରାଇ ୧୧୪ ରନ କରିଥିଲା । ଶୋରନା ଅଖତାର ୨୮, ସାଥୀ ରାଣୀ ୨୨ ଓ ଶମିମା ସୁଲତାନ ୧୭ ରନ କରିଥିଲେ । ମିନ୍ନୁ ମାଣି, ପୂଜା ବସ୍ତ୍ରକାର ଓ ଶେଫାଳୀ ବର୍ମା ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ । ୧୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୬.୨ ଓଭରରେ ୩ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ହରମନପ୍ରୀତ ୫୪ ରନ କରିଥିଲେ । ସେ ୩୫ ବଲରେ ୬ ଚୌକା ଓ ୨ଛକା ମାରି ଶେଷ ଯାଁଏ ଅପରାଜିତ ରହିଥିଲେ ।

ଜେମିମା ରୋଡ୍ରିଗ୍ୟୁଜ ୧୧ ଓ ଶେଫାଳୀ ବର୍ମା ୧ରନ କରି ଆଉଟ ହୋଇଥିଲେ । ସ୍ମୃତି ମାନ୍ଧାନା ୩୮ ରନର ଯୋଗଦାନ ଦେଇଥିଲେ । ସ୍ମୃତି ଓ ହରମନପ୍ରୀତ ତୃତୀୟ ୱିକେଟରେ ୭୦ ରନ ଯୋଗ କରିଥିଲେ । ବାଂଲାଦେଶ ପକ୍ଷରୁ ସୁଲତାନା ଖାତୁନ ୨ଟି ଓ ମାରୁଫା ଅଖତର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ହରମନପ୍ରୀତ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.