Latest Odisha News

BREAKING NEWS

ମୋଟେରାରେ ଭାରତର ବୃହତ ବିଜୟ, ୨ ଦିନରେ ମ୍ୟାଚ ଶେଷ

ମୋଟେରା: ମୋଟେରାରେ ସ୍ପିନରଙ୍କୁ ସୁହାଉଥିବା ପିଚରେ ବାଜି ମାରିଛି ଭାରତ । ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଭାରତ ୧୦ ଉଇକେଟରେ ବିଜୟ ହାସଲ କରିଛି । ଟେଷ୍ଟ ଇତିହାସରେ ୨୨ଥର ପାଇଁ ଗୋଟିଏ ମ୍ୟାଚ ୨ଦିନରେ ଶେଷ ହୋଇଛି । ୪୯ ରନର ବିଜୟ ଲକ୍ଷ୍ୟକୁ ଭାରତ କୌଣସି ଉଇକେଟ ନ ହରାଇ ହାସଲ କରି ନେଇଥିଲ । ରୋହିତ ଶର୍ମା ୨୫ ଓ ଶୁଭମନ ଗିଲ ୧୫ରନ କରି ଅପରାଜିତ ରହିଥିଲେ ।

ପୂର୍ବରୁ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୧୧୨ ରନ ଜବାବରେ ଭାରତ ୧୪୫ ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୮୧ ରନ କରି ଅଲଆଉଟ ହୋଇ ଯାଇଥିଲା । ମ୍ୟାଚରେ ଅକ୍ଷର ପଟେଲ ୧୧ ଏବଂ ରବିଚନ୍ଦ୍ରନ ଅଶ୍ୱିନ ୭ ଉଇକେଟ ନେଇଥିଲେ ।

Leave A Reply

Your email address will not be published.