ୱେଷ୍ଟ ଇଣ୍ଡିଜ୍ ଓ ଭାରତ ମଧ୍ୟରେ ଚତୁର୍ଥ ଟି-ଟ୍ୱେଣ୍ଟି ରେ ଭାରତ 59 ରନରେ ବିଜୟୀ ହୋଇଛି । ଆମେରିକାର ଫ୍ଲୋରିଡା ସହରରେ ଖେଳାଯାଉଥିବା ଏହି ମ୍ୟାଚରେ ବର୍ଷା କିଛି ସମୟ ବାଧକ ସାଜିବାକୁ ମ୍ୟାଚ ଡେରିରେ ଆରମ୍ଭ ହୋଇଥିଲା ।
4TH T20I. India Won by 59 Run(s) https://t.co/HomXIiyW4i #WIvIND
— BCCI (@BCCI) August 6, 2022
ପ୍ରଥମେ ବ୍ୟାଟିଂ କରିଥିବା ଭାରତ 5 ଉଇକେଟରେ 191 ରନ କରିଥିଲା । ଓପନର ଭାବେ ରୋହିତ ଏବଂ ସୂର୍ଯ୍ୟକୁମାର ଖେଳ ଆରମ୍ଭ କରିଥିଲେ । ରୋହିତ ଶର୍ମା 16 ବଲରୁ 33 ରନ କରିଥିଲେ । ସେ 3ଟି ଛକା ସହ ଦୁଇଟି 4 ମାରିଥିଲେ । ସୂର୍ଯ୍ୟକୁମାର ଯାଦବ 14 ବଲରେ 24 ରନ କରିଥିଲେ । ସେ 2ଟି ଛକା ଏବଂ ଗୋଟିଏ ଚୈାକା ମାରିଥିଲେ । ଏହାପରେ ଦୀପକ ହୁଡା 21 ରନ୍ ଏବଂ ରିଷଭ ପନ୍ତ 44 ରନ୍ କରିବା ସହ ବେଶ ବଢ଼ିଆ ଖେଳିଥିଲେ । ସାମସନ 30 ରନ୍ ଏବଂ ଅକ୍ଷର ପଟେଲ 20 ରନ କରି ନଟଆଉଟ୍ ଥିଲେ ।
192 ରନ ର ପିଛା କରି ଓ୍ବେଷ୍ଟଇଣ୍ଡିଜ ପ୍ରଥମରୁ ଉଇକେଟ ହରାଇ ଚାଲିଥିଲା । ଟାରଗେଟକୁ ନେଇ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ବଡ଼ ସ୍କୋର କରିପାରିନଥିଲେ 132 ରନରେ ସମସ୍ତ ଉଇକେଟ ହରାଇଥିଲା । ଓପନର ଭାବେ କିଙ୍ଗସ 13 ମେୟର୍ସ 14 ରନ କରିଥିଲେ । ପୂରନ 24 ରନ୍ ଏବଂ ପାଓ୍ବେଲ 24 ରନ କରି ଆଉଟ ହୋଇଥିଲେ । ହୋଲଡର 13 ରନ କରି ଆଉଟ ହୋଇଥିଲେ । ବଡ଼ ସ୍କୋର ପିଛା କରି ଓ୍ବେଷ୍ଟ ଇଣ୍ଡିଜ ମାତ୍ର ରନରେ ଅଲଆଉଟ ହୋଇଥିଲା । ଇଣ୍ଡିଆ ପକ୍ଷରୁ ଆଭେସ ଖାନ 2ଟି ଉଇକେଟ ନେଇଥିବା ବେଳ ଅକ୍ଷର ପଟେଲ 2ଟି ଉଇକେଟ ନେଇଥିଲେ । ଅର୍ଶଦୀପ ସିଂହ 2ଟି ଉଇକେଟ ନେଇଥିବା ବେଳେ ରବି ବିଶ୍ନୋଇ 2ଟି ଉଇକେଟ ନେଇଥିଲେ ।
Comments are closed.