ନାଗପୁର: ରୋହିତ ଶର୍ମାଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ହରାଇଛି ଭାରତ । ଦ୍ବିତୀୟ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୮ ଓଭରରେ ୯୦ ରନ୍ କରିଥିଲେ ମଧ୍ୟ ପରାସ୍ତ ହୋଇଛି । ବର୍ଷା ପାଇଁ ୮ ଓଭର ଲେଖାଏଁ ଖେଳାଯାଇଥିବା ମ୍ୟାଚରେ ମାଥ୍ୟୁ ୱେଡ୍ ଜବରଦସ୍ତ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ବଡ଼ ସ୍କୋର କରିବାରେ ସହାୟକ ହୋଇଥିଲେ।
For his match-winning knock in the chase in the second #INDvAUS T20I, #TeamIndia captain @ImRo45 bags the Player of the Match award. 👏 👏
Scorecard ▶️ https://t.co/LyNJTtl5L3 pic.twitter.com/xihAY6wCA3
— BCCI (@BCCI) September 23, 2022
୨୦ ବଲରେ ମାଥ୍ୟୁ ୪୩ ରନ କରିଥିଲେ । ଫିଞ୍ଚ ୧୫ ବଲରେ ୩୧ ରନ୍ କରିଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୨ଟି ଉଇକେଟ ନେଇଥିବା ବେଳେ ବୁମରାହ ଗୋଟିଏ ଉଇକେଟ ନେଇଥିଲେ ।
WHAT. A. FINISH! 👍 👍
WHAT. A. WIN! 👏 👏@DineshKarthik goes 6 & 4 as #TeamIndia beat Australia in the second #INDvAUS T20I. 👌 👌@mastercardindia | @StarSportsIndia
Scorecard ▶️ https://t.co/LyNJTtkxVv pic.twitter.com/j6icoGdPrn
— BCCI (@BCCI) September 23, 2022
୯୧ ରନର ଟାର୍ଗେଟକୁ ପିଛା କରି ପ୍ରଥମେ ଓପନିଂ ଆରମ୍ଭ କରିଥିବା କେଏଲ ରାହୁଲ ୧୦ ରନ କରି ଆଉଟ ହୋଇଥିଲେ । ସୂର୍ୟ୍ୟକୁମାର ଯାଦବ ଶୂନରେ ଆଉଟ ହୋଇଥିବା ବେଳେ କୋହଲି ମଧ୍ୟ ୧୧ ରନ କରି ଆଉଟ ହୋଇଥିଲେ । ହାର୍ଦିକ ୯ ରନ କରି ଆଉଟ ହୋଇଥିଲେ । ତେବେ ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ବଲରେ ୪୬ ରନ କରି ମ୍ୟାଚ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶେଷ ଓଭରରେ ଦିନେଶ କାର୍ତ୍ତିକ ଛକା ଏବଂ ଚୈାକା ମାରି ମ୍ୟାଚ ଜିତାଇଥିଲେ ।
Captain @ImRo45's reaction ☺️
Crowd's joy 👏@DineshKarthik's grin 👍
🎥 Relive the mood as #TeamIndia sealed a series-levelling win in Nagpur 🔽 #INDvAUS | @mastercardindia
Scorecard ▶️ https://t.co/LyNJTtl5L3 pic.twitter.com/bkiJmUCSeu
— BCCI (@BCCI) September 23, 2022
ରୋହିତ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ ।
Comments are closed.