ବ୍ରହ୍ମପୁର: ଗଞ୍ଜାମ ଜିଲାର ଜଣେ ଅତିରିକ୍ତ ତହସିଲାର ନିଜ ପୋଷ୍ୟ ସନ୍ତାନକୁ ନିର୍ଯାତନା ଦେଉଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ପୋଷ୍ୟ ସନ୍ତାନ ଜଣକ ଅତିରିକ୍ତ ତହସିଲଦାର୍ଙ୍କ କବଳରୁ ମୁକୁଳିବା ପରେ ନିର୍ଯାତନାର କାହାଣୀ ଜଣାପଡ଼ିଛି। ଶିଶୁ ମଙ୍ଗଳ କମିଟିର ନିର୍ଦେଶ ପ୍ରକାରେ ଉଦ୍ଧାର ତାଙ୍କୁ ବ୍ରହ୍ମପୁରର ସର୍ଟ ଷ୍ଟେ ହୋମ୍ରେ ରଖାଯାଇଛି। ସେ ଆଉ ଘରକୁ ଯିବାକୁ ଚାହୁଁନାହାନ୍ତି। ତେବେ ଏଥିରେ ପ୍ରଶାସନିକ ଅଧିକାରୀଙ୍କ ସଂପୃକ୍ତ ରହିଥିବା ଯୋଗୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ବର୍ଷେ ପୂର୍ବେ ଅତିରିକ୍ତ ତହସିଲଦାର ଜଣକ ଏହି ନାବାଳକଙ୍କୁ ଯାଜପୁରରୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ତାଙ୍କ ବୟସ ଥିଲା ପ୍ରାୟ ୧୦ ବର୍ଷ । ପତ୍ନୀଙ୍କ ସହ ଅତିରିକ୍ତ ତହସିଲଦାର ଛତ୍ରପୁରରେ ରହୁଛନ୍ତି। ଦୁଇ ଦିନ ପୂର୍ବେ ନାବାଳକ ଜଣକ ସ୍କୁଲକୁ ଯିବା ପାଇଁ ଘରୁ ବାହାରିଥିଲେ ମଧ୍ୟ ଆଉ ଫେରିନଥିଲେ । ରାତି ୧୨ଟା ବେଳେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡରେ ବୁଲାବୁଲି କରୁଥିବା ଦେଖିବା ପରେ ସୂଚନା ପାଇ ଚାଇଲ୍ଡ ଲାଇନ ସଦସ୍ୟମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା । ତାଙ୍କୁ ନିର୍ଯାତନା ଦିଆଯାଉଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ଏଣୁ ଏମ୍କେସିଜି ମେଡ଼ିକାଲକୁ ନିଆଯାଇଥିଲା। ତାଙ୍କ ଚିକିତ୍ସା ପରେ ଜିଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିଲା। କମିଟିର ନିର୍ଦେଶ ପ୍ରକାରେ ନାବାଳକଙ୍କୁ ସର୍ଟ ଷ୍ଟେ ହୋମ୍ରେ ରଖାଯାଇଛି। ଅତିରିକ୍ତ ତହସିଲଦାର ନିର୍ଯାତନା ଦେଉଥିବା ଯୋଗୁ ଆଉ ଘରକୁ ଫେରିବାକୁ ଚାହୁଁନଥିବା ନାବାଳକ ଜଣକ କହୁଛନ୍ତି। ଏପଟେ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଘଟଣାର ତଦନ୍ତ ପାଇଁ ଜିଲା ଶିଶୁ ସୁରକ୍ଷା ୟୁନିଟ(ଡିସିପିୟୁ)କୁ କୁହାଯାଇଥିବା ସୂଚନା ମିଳୁଥିଲେ ମଧ୍ୟ ଏନେଇ ୟୁନିଟ୍ ପକ୍ଷରୁ କେହି କିଛି କହୁନାହାନ୍ତି। ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଥିବା ଆଶଙ୍କା ସୃଷ୍ଟି ହୋଇଛି।
BREAKING NEWS
- ଓଡ଼ିଶା ଚାଳକଙ୍କ ଦକ୍ଷତା ଓ ଶୃଙ୍ଖଳାକୁ ଜାପାନୀ ପ୍ରତିନିଧିଙ୍କ ପ୍ରଶଂସା
- Automated Challan System: ବଡ଼ବିଲ-ପାଣିକୋଇଲି ରାଜପଥରେ ଏହି ତାରିଖରୁ ଆରମ୍ଭ ହେବ ସ୍ୱୟଂକ୍ରିୟ ଇ-ଚାଲାଣ ପ୍ରକ୍ରିୟା
- ବେଆଇନ ଭାବେ ଓଡ଼ିଶା ସୀମାରେ ପ୍ରଚାର କରୁଥିଲା ଆନ୍ଧ୍ରର ପ୍ରଚାର ଗାଡ଼ି…ପଟ୍ଟାଙ୍ଗି ତହସିଲଦାର ଗାଡ଼ି ଅଟକାଇଲେ
- Census 2027:୨୦୨୭ ଜନଗଣନା ପାଇଁ ତାରିଖ ଘୋଷଣା; ଏସବୁ ରାଜ୍ୟରେ ହେବନି…
- Naveen Patnaik speaks to Ganjam Collector:ଗଞ୍ଜାମ ଜିଲ୍ଲାପାଳଙ୍କ ସହ କଥା ହେଲେ ନବୀନ;ଲୋକଙ୍କ ଦୁଃଖ ସମୟରେ ସେବା ଯୋଗାଇବାକୁ କର୍ମୀଙ୍କୁ ପରାମର୍ଶ
- ୱାର୍ଲ୍ଡ ରେସଲିଂ ଚାମ୍ପିଅନ୍ସିପ୍ ୨୦୨୬: ଇତିହାସ ରଚିଲେ ମନୀଷା ଭାନୱାଲା
- ‘ଅର୍ଣ୍ଣବ’ଦେଇଗଲା ଲୁହ;ଭୂସ୍ଖଳନରେ ଗୋଟିଏ ପରିବାରର ୩ ମୃତ
- ଅଣ୍ଡର ୧୯ ଏସିଆ କପ: ଭାରତୀୟ ଦଳ ଘୋଷଣା, ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅଙ୍କୁ ମିଳିଲା ସ୍ଥାନ
- IEDs recovered:ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା; ସରଣ୍ଡା ଜଙ୍ଗଲରୁ ଦୁଇଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ ଜବତ
- ୩ ବର୍ଷର ସମ୍ପର୍କ ଭାଙ୍ଗିଲା! ଇବ୍ରାହିମ୍ ଅଲୀ ଖାନ୍ ଓ ପଲକ ତିୱାରୀଙ୍କର ହେଲା କି ବ୍ରେକ୍-ଅପ୍?

Comments are closed.