ବ୍ରହ୍ମପୁର: ଗଞ୍ଜାମ ଜିଲାର ଜଣେ ଅତିରିକ୍ତ ତହସିଲାର ନିଜ ପୋଷ୍ୟ ସନ୍ତାନକୁ ନିର୍ଯାତନା ଦେଉଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ପୋଷ୍ୟ ସନ୍ତାନ ଜଣକ ଅତିରିକ୍ତ ତହସିଲଦାର୍ଙ୍କ କବଳରୁ ମୁକୁଳିବା ପରେ ନିର୍ଯାତନାର କାହାଣୀ ଜଣାପଡ଼ିଛି। ଶିଶୁ ମଙ୍ଗଳ କମିଟିର ନିର୍ଦେଶ ପ୍ରକାରେ ଉଦ୍ଧାର ତାଙ୍କୁ ବ୍ରହ୍ମପୁରର ସର୍ଟ ଷ୍ଟେ ହୋମ୍ରେ ରଖାଯାଇଛି। ସେ ଆଉ ଘରକୁ ଯିବାକୁ ଚାହୁଁନାହାନ୍ତି। ତେବେ ଏଥିରେ ପ୍ରଶାସନିକ ଅଧିକାରୀଙ୍କ ସଂପୃକ୍ତ ରହିଥିବା ଯୋଗୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ବର୍ଷେ ପୂର୍ବେ ଅତିରିକ୍ତ ତହସିଲଦାର ଜଣକ ଏହି ନାବାଳକଙ୍କୁ ଯାଜପୁରରୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ତାଙ୍କ ବୟସ ଥିଲା ପ୍ରାୟ ୧୦ ବର୍ଷ । ପତ୍ନୀଙ୍କ ସହ ଅତିରିକ୍ତ ତହସିଲଦାର ଛତ୍ରପୁରରେ ରହୁଛନ୍ତି। ଦୁଇ ଦିନ ପୂର୍ବେ ନାବାଳକ ଜଣକ ସ୍କୁଲକୁ ଯିବା ପାଇଁ ଘରୁ ବାହାରିଥିଲେ ମଧ୍ୟ ଆଉ ଫେରିନଥିଲେ । ରାତି ୧୨ଟା ବେଳେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡରେ ବୁଲାବୁଲି କରୁଥିବା ଦେଖିବା ପରେ ସୂଚନା ପାଇ ଚାଇଲ୍ଡ ଲାଇନ ସଦସ୍ୟମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା । ତାଙ୍କୁ ନିର୍ଯାତନା ଦିଆଯାଉଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ଏଣୁ ଏମ୍କେସିଜି ମେଡ଼ିକାଲକୁ ନିଆଯାଇଥିଲା। ତାଙ୍କ ଚିକିତ୍ସା ପରେ ଜିଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିଲା। କମିଟିର ନିର୍ଦେଶ ପ୍ରକାରେ ନାବାଳକଙ୍କୁ ସର୍ଟ ଷ୍ଟେ ହୋମ୍ରେ ରଖାଯାଇଛି। ଅତିରିକ୍ତ ତହସିଲଦାର ନିର୍ଯାତନା ଦେଉଥିବା ଯୋଗୁ ଆଉ ଘରକୁ ଫେରିବାକୁ ଚାହୁଁନଥିବା ନାବାଳକ ଜଣକ କହୁଛନ୍ତି। ଏପଟେ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଘଟଣାର ତଦନ୍ତ ପାଇଁ ଜିଲା ଶିଶୁ ସୁରକ୍ଷା ୟୁନିଟ(ଡିସିପିୟୁ)କୁ କୁହାଯାଇଥିବା ସୂଚନା ମିଳୁଥିଲେ ମଧ୍ୟ ଏନେଇ ୟୁନିଟ୍ ପକ୍ଷରୁ କେହି କିଛି କହୁନାହାନ୍ତି। ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଥିବା ଆଶଙ୍କା ସୃଷ୍ଟି ହୋଇଛି।
BREAKING NEWS
- ଏସସିବି ମେଡିକାଲରେ ମାନସିକ ରୋଗୀଙ୍କ ମୃତ୍ୟୁ ଘଟଣା: ଆଟେଣ୍ଡାଣ୍ଟ ଓ ସୁରକ୍ଷାକର୍ମୀ ଗିରଫ
- ରଣଜୀ ଟ୍ରଫି: ବିନା ମ୍ୟାଚ୍ ଖେଳି ପରାଜୟର ସମ୍ମୁଖୀନ ହେଲା ଅରୁଣାଚଳ ପ୍ରଦେଶ
- ୩୯ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଧାରାବାହିକ ରାମାୟଣର ରାମ-ସୀତା
- Fresh Kuki-Naga clashes:ମଣିପୁରରେ ପୁଣି ହିଂସା; ୯ ଜଣଙ୍କ ମୃତ୍ୟୁ, ଶାନ୍ତି ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ
- ସିଜେଆଇଙ୍କୁ ଭେଟିବେ, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିବେ; ଖଡ଼ଗେ କହିଲେ – ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି
- ବଲିଉଡର ସେହେନସା; ବିଗ୍ ବି’ଙ୍କ ନାଁରେ ରହିଛି ଏସବୁ ରେକର୍ଡ…
- CJP on Detentions: ‘ଜନତାଙ୍କ ଉପରେ ଖାକିର ଚାପ…ନିଜ ନାଗରିକଙ୍କ ବିରୋଧରେ ସରକାରଙ୍କ ଯୁଦ୍ଧ!’, ମୁକୁଳିବା ପରେ ସରକାରଙ୍କୁ ଘେରିଲେ CJP ନେତା
- Major Flood Hits Nepal: ନେପାଳରେ ପୁଣି ପ୍ରଳୟଙ୍କରୀ ବନ୍ୟା! ଘର, ପୋଲ, ବେସ୍ କ୍ୟାମ୍ପକୁ ଭସାଇ ନେଲା ବୁଢ଼ୀ ଗଣ୍ଡକୀର ପ୍ରଖର ସ୍ରୋତ
- ପାର୍ବଣ ପୂର୍ବରୁ ପୋଲିସକୁ ବଡ ସଫଳତା;ଚେକିଂ ବେଳେ ଦେଶୀ ବନ୍ଧୁକ ଓ ଗୁଳି ଜବତ
- ଛାତ୍ର ସଂସଦ ନିର୍ବାଚନ; ମଇଦାନରେ ୩୪୭ କଲେଜ ଓ ୧୩ ବିଶ୍ୱବିଦ୍ୟାଳୟରେ ୬୭୦୮ ପ୍ରାର୍ଥୀ…

Comments are closed.