Latest Odisha News

ରୋମାଞ୍ଚକର ମ୍ୟାଚରେ ଜିତିଲା ଭାରତ, ୨-୧ରେ ସିରିଜ୍ ବିଜୟୀ

ପୁଣେ : କଡ଼ା ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର ମ୍ୟାଚରେ ଜିତିଲା ଭାରତ । ପୁଣେରେ ଖୋଳା ଯାଇଥିବା ଭାରତ-ଇଂଲଣ୍ଡ ଶେଷ ଦିନିକିଆରେ ୭ ରନରେ ବାଜିମାତ୍ କରିଛି ବିରାଟ ବାହିନୀ । ଏଥିସହ ସିରିଜକୁ ୨-୧ରେ ଜିତି ନେଇଛି ଟିମ୍ ଇଣ୍ଡିଆ । ମ୍ୟାଚକୁ ଜିତିବା ପାଇଁ ଇଂଲଣ୍ଡ କଡ଼ା ସଂଘର୍ଷ କରିଥିଲେ ବି ବିଫଳ ହୋଇଛି ।

BjdElectrycity

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୮.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ କରିଥିଲା ୩୨୯ ରନ । ଆରମ୍ଭରୁ ମଜବୁତ୍ ବ୍ୟାଟିଂ କରିଥିଲା ଭାରତ । ଶିଖର ଧାଓ୍ବନ ଓ ରୋହିତ ଶର୍ମା ଓପନିଂ କରି ଦୃଢ଼ ବ୍ୟାଟିଂ କରିଥିଲେ । ହେଲେ ୧୦୩ ରନରେ ଦଳ ହରାଇଥିଲା ରୋହିତ ଶର୍ମାଙ୍କ ଓ୍ବିକେଟ୍ । ରୋହିତ ଶର୍ମା ୩୭ ରନ କରି ପ୍ୟାଭିଲିୟନ ଫେରିଥିଲେ । ପରେ ବ୍ୟାଟିଂ କରିବାକୁ ବିରାଟ କୋହଲି ଆସିଥିଲେ ବି ବିଫଳ ହୋଇଥିଲେ । ସେ ମାତ୍ର ୭ ରନ କରି ଆଉଟ ହୋଇଥିଲେ । ସେହିପରି ଶିଖର ଧାଓ୍ବନ ୬୭ ରନ କରି ରସିଦଙ୍କ ବଲରେ ଆଉଟ୍ ହୋଇଥିଲେ । ତେବେ ଋଷଭ ପନ୍ଥ ଓ ହାର୍ଦ୍ଧିକ ପାଣ୍ଡ୍ୟା ଖେଳିଥିଲେ ଏକ ଦମଦାର ଇନିଂସ । ପନ୍ଥ ୭୮ ଓ ହାର୍ଦ୍ଧିକ ପାଣ୍ଡ୍ୟା ୬୪ ରନ କରିଥିଲେ । ଦଳ ଏକ ବିରାଟ ସ୍କୋର କରିବାକୁ ଅଗ୍ରସର ହେଉଥିବା ବେଳେ, ହରାଇ ଚାଲିଥିଲା ଗୋଟିଏ ପରେ ଗୋଟିଏ ଓ୍ବିକେଟ୍ । ଫଳରେ ୪୮.୨ ଓଭରରେ ଭାରତ ସମସ୍ତ ଓ୍ବିକେଟ ହରାଇ ୩୨୯ ରନ କରିବାକୁ ସକ୍ଷମ ହୋଇଥିଲା ।

ଜବାବରେ ୩୩୦ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିଲା ଭ୍ରମଣକାରୀ ଟିମ୍ । ଭଲ ବ୍ୟାଟିଂ କରିବାକୁ ଯାଇ କ୍ରମାଗତ ଭାବେ ଓ୍ବିକେଟ ହରାଇ ଚାଲିଥିଲା ଇଂଲଣ୍ଡ । ପରାଜୟକୁ ଏଡାଇବା ପାଇଁ କଡ଼ା ମୁକାବିଲା କରିଥିଲା ଇଂଲିଶ ଟିମ୍ । ଜେସନ ରୟ ୧୪, ଷ୍ଟୋକ୍ସ ୩୫, ଡେଭିଡ ମଲାନ ୫୦, ଲିଭିଂଷ୍ଟୋନ ୩୬ ରନ କରି ଆଉଟ ହେବା ପରେ ଚିନ୍ତାରେ ପଡ଼ିଥିଲା ଇଂଲଣ୍ଡ । ଶେଷ ମ୍ୟାଚରେ ଭାରତୀୟ ବୋଲରଙ୍କୁ କଡ଼ା ଜବାବ ଦେଇଥିଲେ ସାମ୍ କରନ୍ । ଖେଳିଥିଲେ ଏକ ଚମତ୍କାର ଇନିଂସ । କରନଙ୍କ ଦୃଢ଼ ବ୍ୟାଟିଂ ଆଗରେ ଚିନ୍ତାରେ ପଡ଼ିଥିଲା ବିରାଟ ବାହିନୀ । ଏପରିକି ଭାରତ ହାତରୁ ମ୍ୟାଚ ଏକ ପ୍ରକାର ଖସିଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା । ବିଜୟ ପାଇଁ ରୋମାଞ୍ଚ ଭରା ମ୍ୟାଚର ଶେଷ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା କଡ଼ା ସଂଘର୍ଷ । କିନ୍ତୁ ଭାରତ ହାତରୁ ଛଡ଼ାଇ ନେବାରେ ବିଫଳ ହୋଇଥିଲା ଇଂଲଣ୍ଡ । ଦଳ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୩୨୨ ରନ କରିବାକୁ ସକ୍ଷମ ହେବା ସହ ପରାଜିତ ହୋଇଥିଲା । ସାମ୍ କରନ କରିଥିଲେ ଅପରାଜିତ ୯୫ ରନ୍ ।

ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୪ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ, ଭୁବନେଶ୍ବର କୁମାର ୩ଟି ଓ ନଟରାଜନ ଗୋଟିଏ ଓ୍ବିକେଟ ହାସଲ କରିଥିଲେ । ଏହି ବିଜୟ ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି ।

Leave A Reply

Your email address will not be published.