Latest Odisha News

BREAKING NEWS

କ୍ରୀଡା କ୍ଷେତ୍ରରେ ଓଡିଶାକୁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ସମ୍ମାନ, ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଓଡିଶା ନମ୍ବର ୱାନ । ରାଜ୍ୟକୁ ମିଳିଲା ଦଶନ୍ଧିର ଶ୍ରେଷ୍ଠ କ୍ରୀଡା ପୁରସ୍କାର । କ୍ରୀଡାର ପ୍ରୋତ୍ସାହନ ପାଇଁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡିଶା । ଏହି ପୁରସ୍କାର ପ୍ରଦାନ କରିଛି ସ୍ପୋର୍ଟସ ଷ୍ଟାର । ପୁରସ୍କାର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

୨୦୧୧ରୁ ୨୦୨୦ ଭିତରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ପଦକ୍ଷେପ ପାଇଁ ଏହି ପୁରସ୍କାର ପ୍ରଦାନ କରିଛି ସ୍ପୋର୍ଟସ ଷ୍ଟାର । ଏଥିପାଇଁ ଓଡ଼ିଶାକୁ ବାଛିଥିଲେ ସୁନୀଲ ଗାଭାସ୍କର, ବିଶ୍ବନାଥନ ଆନନ୍ଦ, ବାଇଚୁଙ୍ଗ ଭୂତିଆଙ୍କ ଭଳି ଦେଶର ବହୁ ପ୍ରତିଷ୍ଠିତ କ୍ରୀଡାବିତ । 

ଭୁବନେଶ୍ୱର ସ୍ଥିତ ଲୋକସଭା ଭବନରେ ସ୍ପୋର୍ଟସ ଷ୍ଟାର ACES ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା । କ୍ରୀଡା କ୍ଷେତ୍ରରେ ସାରା ଦେଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାକୁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି ।

ପୁରସ୍କାର ଗ୍ରହଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପୁରସ୍କାର ପାଇବା ରାଜ୍ୟ ପାଇଁ ଗର୍ବର ବିଷୟ । କ୍ରୀଡା କ୍ଷେତ୍ରରେ ଓଡିଶା ବହୁ ଆଗକୁ ଯାଇଛି । ରାଜ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ସୁନାମ ଅର୍ଜନ କରିଛି ଓଡ଼ିଶା । ଯୁବପିଢ଼ି ଙ୍କୁ ସଠିକ ମାର୍ଗ ଦେଖାଇଲେ ସେମାନେ ଆଗକୁ ବଢିପାରିବେ । ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ପୁରସ୍କାର ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୨୦୧୭ରେ ଏସିଆନ୍ ଆଥଲେଟିକ୍ସ ମିଟ ଓ ୨୦୧୮ରେ ପୁରୁଷ ହକି ବିଶ୍ବକପ୍ ସଫଳତାର ସହ ଆୟୋଜନ କରିଥିଲା ଓଡ଼ିଶା । ୨୦୨୩ ପୁରୁଷ ବିଶ୍ବକପ୍ ମଧ୍ୟ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି । ରାଉରକେଲାରେ ଭାରତର ସବୁଠୁ ବଡ ହକି ଷ୍ଟାଡିୟମ୍ ନିର୍ମାଣ ହେଉଛି । 

Leave A Reply

Your email address will not be published.