Latest Odisha News

ଟିମ ଇଣ୍ଡିଆର ଅବିଶ୍ୱସନୀୟ, ଅକଳ୍ପନୀୟ ବିଜୟ

କାନପୁର: ଏକ ନିଶ୍ଚିତ ଡ୍ର ଅଭିମୁଖେ ଯାଉଥିବା ଟେଷ୍ଟକୁ ଭାରତୀୟ କ୍ରିକେଟ ଟିମ ନିଜସ୍ୱ ଶୈଳୀରେ ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରିଛି । ଏଥିସହ ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ କ୍ଲିନ ସୁଇପ କରିଛି । ବାଂଲାଦେଶ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ନିକଟରେ ଅନ୍ତିମ ଦିବସରେ ୯୫ ରନର ଟାର୍ଗେଟ ରହିଥିଲା । ଯାହାକୁ ଭାରତ ୭ ୱିକେଟ ହରାଇ ହାସଲ କରି ନେଇଥିଲା । ଯଶସ୍ୱୀ ଜୈସୱାଲ ୪୫ ବଲରୁ ୫୧, ରୋହିତ ଶର୍ମା(୮), ଶୁଭମନ ଗିଲ(୬) ରନ କରି ଆଉଟ ହୋଇଥିଲେ । ବିରାଟ କୋହଲି ୨୯ ଓ ରିଷଭ ପନ୍ତ ୪ ରନ କରି ଅପରାଜିତ ରହିଥିଲେ ।ଟିମ ଇଣ୍ଡିଆ ବାଂଲାଦେଶର ପ୍ରଥମ ଇନିଂସକୁ ୨୩୩ ରନରେ ଅଟକାଇବା ପରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲା ।

୩୪.୪ ଓଭରରେ ୯ ୱିକେଟ ବିନିମୟରେ ୨୮୫ ରନ କରି ଟିମ ଇଣ୍ଡିଆ ବିଶ୍ୱରେକର୍ଡ ସହ ପ୍ରଥମ ଇନିଂସରେ ୫୨ ରନର ଅଗ୍ରଣୀ ହାସଲ କରି ନେଇଥିଲା । ବାଂଲାଦେଶ ଦ୍ୱିତୀୟ ଇନିଂସରେ ୧୪୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତୀୟ ବୋଲରମାନେ ମାତ୍ର ୪୭ ଓଭରରେ ବିପକ୍ଷ ଦଳକୁ ଧରାଶାୟୀ କରିଥିଲେ । ଶଦମାନ ଇସଲାମ ୫୦ ରନ କରିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ, ରବିଚନ୍ଦ୍ରନ ଅଶ୍ୱୀନ ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଥିଲେ ।

Leave A Reply

Your email address will not be published.