ଧର୍ମଶାଳା: ଏଠାରେ ଅନୁଷ୍ଠିତ ତଢତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏକତରଫା ବିଜୟ ହାସଲ କରିଛି । ୧୧୮ ରନର ଲକ୍ଷ୍ୟକୁ ଭାରତ ୧୫.୫ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି । ଅଭିଷେକ ଶର୍ମା ୧୮ ବଲରୁ ୩୫ ରନ କରି ଭାରତ ବିଜୟର ମୂଳଦୂଆ ପକାଇଥିଲେ । ଶୁଭମନ ଗିଲ ୨୮ ଓ ସୂର୍ଯ୍ୟକୁମାର ଯାଦବ ୧୨ ରନ କରିଥିଲେ । ତିଳକ ବର୍ମା ୨୬ ଓ ଶିବମ ଦୁବେ ୧୦ ରନ କରି ଅପରାଜିତ ରହିଥିଲେ ।
ଦକ୍ଷିଣ ଆଫ୍ରିକାର ଲୁଙ୍ଗି ନିଗିଡି, ମାର୍କୋ ଜାନେସନ ଓ କୋର୍ବିନ ବୋଶ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ପୂର୍ବରୁ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ୧୧୮ ରନର ଲକ୍ଷ୍ୟ ରଖିଛି । ଆଇଡେନ ମାର୍କରାମ ୬୧ ରନ କରିଥିଲେ । ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅର୍ଶଦୀପ ସିଂ, ହର୍ଷିତ ରାଣା, କୂଲଦୀପ ଯାଦବ ଓ ବରୁଣ ଚକ୍ରବର୍ତି ୨ଟି ଲେଖାଏଁ ୱିକେଟ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।