Latest Odisha News

BREAKING NEWS

ଟିମ୍ ଇଣ୍ଡିଆର ଦମଦାର ବିଜୟ, କୋହଲିଙ୍କ ଧୂଆଁଧାର ବ୍ୟାଟିଂ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ଟି-ଟ୍ବେଣ୍ଟିରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଇଂଲଣ୍ଡକୁ ୭ ଓ୍ବିକେଟରେ ହରାଇଛି ଭାରତ । ମ୍ୟାଚରେ ଅଧିନାୟକ ବିରାଟ କୋହଲି ଖେଳିଛନ୍ତି ଦମଦାର ଅର୍ଦ୍ଧଶତକୀୟ ଇନିଂସ । ଏଥିସହ ପ୍ରଥମ ବ୍ୟାଟସମ୍ୟାନ ଭାବେ ଟି-ଟ୍ବେଣ୍ଟିରେ ୩ ହଜାର ରନ ପୂରଣ କରିଛନ୍ତି କୋହଲି । ଏହି ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ୍ ୧-୧ରେ ବରାବର ରହିଛି ।

୧୬୫ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ କେ.ଏଲ ରାହୁଲଙ୍କ ଓ୍ବିକେଟ ହରାଇଥିଲା । ତେବେ ଇଶାନ କିଷନ ଓ କ୍ୟାପଟେନ୍ କୋହଲି ଖେଳିଥିଲେ ଦମଦାର ଇନିଂସ । ଇଶାନ କିଷନ ୩୨ ବଲରୁ ୫୬ ରନ ସଂଗ୍ରହ କରି ଆଦିଲ ରସିଦଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ । ପରେ କୋହଲି ଅର୍ଦ୍ଧଶତକ ହାସଲ କରିବା ସହ ୪୯ ବଲରୁ ୭୩ ରନ କରି ନଟଆଉଟ ରହିଥିଲେ । ଆସନ୍ତା ୧୬ ତାରିଖରେ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ ।

ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୬୪ ରନ କରିଥିଲା । ଆରମ୍ଭରୁ ଜୋସ ବଟଲରଙ୍କ ଓ୍ବିକେଟର ପତନ ପରେ ବ୍ୟାଟିଂ ଲାଇନକୁ ସମ୍ଭାଳିଥିଲେ ଜେସନ ରଏ ଓ ଡେଭିଡ ମଲାନ୍ । ଉଭୟ ଆକ୍ରମଣାତ୍ମକ ଭାବେ ବ୍ୟାଟିଂ କରି ରନକୁ ଆଗକୁ ନେଇଥିଲେ । ହେଲେ ୨୪ ରନରେ ଆଉଟ ହୋଇଥିଲେ ମଲାନ୍ । ଦମଦାର ଭାବେ ବ୍ୟାଟିଂ କରୁଥିବା ଜେସନ ରଏ ୩୫ ବଲରୁ ୪୬ ରନ କରି ପ୍ୟାଭିଲିୟନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେୟାରଷ୍ଟୋ ୨୦, ମୋର୍ଗାନ ୨୮ ଓ ବେନ୍ ଷ୍ଟୋକ୍ସ ୨୪ ରନ କରିଥିଲେ ।

 

Leave A Reply

Your email address will not be published.