Latest Odisha News

BREAKING NEWS

ନ୍ୟୁଜିଲାଣ୍ଡକୁ ୯୦ ରନରେ ପରାସ୍ତ କଲା ବିରାଟ ବାହିନୀ

ମାଉଣ୍ଟ ମେଂଗନୁଇ: ଘରୋଇ ନ୍ୟୁଜିଲାଣ୍ଡ ଦଳ ଭାରତଠୁଁ ୯୦ରେ ପରାସ୍ତ ହୋଇଛି । ଲଗାତର ୨ୟ ବିଜୟ ହାସଲ କରି ଭାରତ ଏହି ୫ ଟିକିଆ ଦିନିକିଆ ବିଶିଷ୍ଟ ଶୃଙ୍ଖଳାରେ ୨-୦ ବ୍ୟବଧାନରେ ଅଗ୍ରଣୀ ଲାଭ କରିପାରିଛି । ଭାରତୀୟ ସ୍କୋର ୩୨୪/୪ ରନର ପିଛା କରି କିୱି ଦଳ ୪୦.୨ ଓଭରରେ ୨୩୪ ରନ ସ୍କୋର କରି ପାରିଛି

ନ୍ୟୁଜିଲାଣ୍ଡ ପକ୍ଷରୁ ବ୍ରାସୱେଲ୍ ସର୍ବାଧିକ ୫୭ ରନ ଏବଂ ନିକୋଲସ ୨୮ ରନ କରିଥିଲେ । ମୁନରୋ ୩୧ ଏବଂ ଟେଲର ୨୨ ରନ କରିଥିଲେ ।

ଭାରତ ପକ୍ଷରୁ କୁଲଦୀପ ଯାଦବ ସୁନ୍ଦର ବୋଲିଂ କରି କିୱି ଦଳର ୪ଟି ୱିକେଟ ହାସଲ କରିପାରିଛନ୍ତି । ସେହିପରି ଭୁବନେଶ୍ୱର କୁମାର ୨ଟି ୟୁଜବେନ୍ଦ୍ର ଚହଲ ୨ଟି ୱିକେଟ ଏବଂ କେଦାର ଯାଦବ ଓ ମହମ୍ମଦ ସାମି ଗୋଟିଏ କରି ୱିକେଟ ହାସଲ କରିଛନ୍ତି ।

ମ୍ୟାଚରେ ସର୍ବାଧିକ ରନ କରିଥିବା ରୋହିତ ଶର୍ମାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷିତ କରାଯାଇଛି ।

Leave A Reply

Your email address will not be published.