Latest Odisha News

BREAKING NEWS

ପଦ୍ମଶ୍ରୀ ବିଜେତା କମଳା ପୂଜାରୀ ଅସୁସ୍ଥ, ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତ୍ତି

ଭୁବନେଶ୍ୱର : ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଶୁକ୍ରବାର ଦିନ ଅସୁସ୍ଥ ହୋଇ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କଠୁ ସୂଚନା ମିଳିଛି । ଆବଶ୍ୟକସ୍ଥଳେ ତାଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଜଣାପଡିଛି ।

କୋରାପୁଟ ଜିଲ୍ଲାର ପାତ୍ରପୁଟ ଗ୍ରାମର ମୂଳ ବାସିନ୍ଦା କମଳା ପୂଜାରୀଙ୍କୁ କୃଷିକ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ଏହି ପଦ୍ମଶ୍ରୀ ସମ୍ମାନ ନିମନ୍ତେ ତାଙ୍କ ନାମ ମନୋନୀତ କରାଯାଇଥିଲା । ସେ ବିଭିନ୍ନ ଗବେଷଣା କରିବା ସହ ଅନ୍ୟ ପ୍ରକାର ଶସ୍ୟ ଆବିଷ୍କାର କରିବାରେ ସଫଳ ହୋଇପାରିଥିଲେ ।

ଆହୁରି ମଧ୍ୟ ତାଙ୍କୁ ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାରେ ‘ଇକ୍ୱେଟର ଇନିସିଏଟିଭ୍ ଆୱାର୍ଡ’ ସମ୍ମାନ ମିଳିଥିଲା ।

Leave A Reply

Your email address will not be published.