ଓଡ଼ିଶା ସମ୍ବାର ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଲର୍ଡସ୍ ଟେଷ୍ଟରେ ବାଜି ମାରିଛି ଟିମ୍ ଇଣ୍ଡିଆ । ୭ବର୍ଷ ପରେ ଐତିହାସିକ ଲର୍ଡସରେ ମ୍ୟାଚ୍ ଜିତିଛି । ଲର୍ଡସରେ ଏହା ହେଉଛି ଟିମ୍ ଇଣ୍ଡିଆର ତୃତୀୟ ବିଜୟ । ଇଂଲିଶ ବାହିନୀକୁ ତା ମାଟିରେ ଧୂଳି ଚଟାଇଛି ଟିମ୍ କୋହଲି । ଦ୍ୱିତୀୟ ଇନିଂସରେ ମହମ୍ମଦ ସାମିଲ ଓ ଯଶପ୍ରୀତ ବୁମରାହଙ୍କ ଜବରଦସ୍ତ ବ୍ୟାଟିଂ ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ଟାର୍ଗେଟ ପୂରା କରିବାରେ ଫେଲ୍ ମାରିଲା ଇଂଲଣ୍ଡ ।

୧୫୧ରନରେ ଘରୋଇ ଦଳକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତ ଇଂଲଣ୍ଡ ଆଗରେ ଦେଇଥିଲା ୨୭୨ ରନର ବିଜୟଲକ୍ଷ୍ୟ । ମାତ୍ର ୧୨୦ ରନ୍ କରି ଅଲ୍ଆଉଟ୍ ହୋଇଥିଲା ଇଂଲଣ୍ଡ । ଭାରତ-ଇଂଲଣ୍ଡ ଲର୍ଡସ ଟେଷ୍ଟରେ ଚାରି ଦିନରେ ଉତଥାନ-ପତ୍ତନ ଦେଖିବାକୁ ମିଳିଥିଲା । ଅନ୍ତିମ ଦିନରେ ବଦଳିଥିଲା ମ୍ୟାଚର ମୋଡ଼ । ଭାରତ ହାତକୁ ଏମିତି ବିଜୟ ମୌକା ଆସିଥିଲା, ଯାହାକୁ ହାତଛଡ଼ା କରି ନଥିଲେ ଟିମ୍ କୋହଲି । ଆଉ ଶେଷରେ ଇତିହାସ ରଚିଲା ।

ପଞ୍ଚମ ଦିନରେ ଶେଷ ଭାଗ ଖେଳାଳି ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଫାଷ୍ଟ ବୋଲିଂ ଆଗରେ ତିଷ୍ଠି ପାରିଲେନି ଇଂଲିଶ ବ୍ୟାଟ୍ସମ୍ୟାନ୍ । ଦ୍ୱିତୀୟ ଇନିଂସରେ ଘରୋଇ ଟିମ୍ ଦୁଇ ଜଣ ଖେଳାଳି ଖାତା ଖୋଲିବା ଆଗରୁ ପାଭିଲନ୍ ଫେରିଥିଲେ । ଭଲ ଫର୍ମରେ ଥିବା କ୍ୟାପଟେନ୍ ଜୋ ରୁଟ୍ ବି କିଛି କମାଲ କରିପାରିଲ ନାହିଁ । ସେ ଆଉଟ୍ ହେବା ବେଳକୁ ଦଳର ସ୍କୋର ଥିଲା ୫ ଓ୍ୱିକେଟ ବିନିମୟରେ ୬୭ ରନ୍ ।
ପରେ ମୋଇନ୍ ଅଲ୍ଲୀ ଓ ବଟଲର ଦଳକୁ ପରାଜୟରୁ ବଞ୍ଚାଇବାକୁ କସରତ କରିଥିଲେ । କିନ୍ତୁ ମହମ୍ମଦ ସିରାଜ ଏହି ଯୋଡ଼ିକୁ ଭାଙ୍ଗି ଭାରତର ବିଜୟ ଆଶା ଉଜ୍ଜିବୀତ କରିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି ଓ ବୁମରାହ ନେଇଥିଲେ ୩ଟି ଓ୍ୱିକେଟ । ପ୍ରଥମ ଇନିଂସରେ ଶତକୀୟ ଇନିଂସ ଖେଳିଥିବା ଲୋକେଶ ରାହୁଲ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଭାରତ ୧-୦ରେ ସିରିଜ ଆଗୁଆ ରହିଛି ।
BREAKING NEWS
- ରେଡ୍ ବେଳେ ପହଞ୍ଚିଲେ ମମତା ବାନାର୍ଜୀ; ଇଡି ସହ ମୁହାଁମୁହିଁ
- କ୍ଷମା ମାଗିଲେ ଇଂଲଣ୍ଡ ଦଳର ଅଧିନାୟକ ହ୍ୟାରୀ ବ୍ରୁକ
- ବାୟୁ ପ୍ରଦୂଷଣ ନେଇ ଧର୍ମେନ୍ଦ୍ରଙ୍କ ଚିନ୍ତା ପ୍ରକଟ;ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଲେ
- ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ
- ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି ଖୁବ୍ ଶୀଘ୍ର ହେବ ଚୂଡ଼ାନ୍ତ; ଜର୍ମାନୀ ଭାରତକୁ ଦେବ ୬ଟି ଘାତକ ବୁଡ଼ାଜାହାଜ
- ତିଳକ ବର୍ମାଙ୍କ ଟି୨୦ ବିଶ୍ୱକପ ଖେଳିବା ନେଇ ସନ୍ଦେହ, କିଏ ହେବେ ବଦଳ ଖେଳାଳି
- କନ୍ୟା ବିବାହ ଯୋଜନାରେ ଉତ୍କଳିକାରୁ କିଣା ହେବ ବିବାହ ଉପହାର ଓ ସାମଗ୍ରୀ
- ବୋମା ଧମକ ପରେ ସ୍ଵାଭାବିକ ହେଲା କୋର୍ଟ କାର୍ଯ୍ୟ…
- ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଓଡିଆ; ଦରମା ଦଉନି କମ୍ପାନୀ, ଦୂତାବାସ ବି ଶୁଣୁନି…
- ରାଜ୍ୟ ପରିବହନ ନିଗମର ୩ ଅଧିକାରୀଙ୍କ ଦରମା ବନ୍ଦ
Comments are closed.