Latest Odisha News

BREAKING NEWS

ବାୟୁସେନା ଦିବସ: ତେଜସ, ଜାଗୁଆର ସହ ଦମ୍ ଦେଖାଇଲା ରାଫେଲ୍

ନୂଆଦିଲ୍ଲୀ: ୮୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଗାଜିଆବାଦ ସ୍ଥିତ ହିଣ୍ଡେନ ଏୟାରବେସରେ ଶକ୍ତି ପ୍ରଦର୍ଶନ କରିଛି । ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର କାର୍ୟ୍ୟକ୍ରମ । ରଙ୍ଗାରଙ୍ଗ ପରେଡରେ ଅଂଶଗ୍ରହଣ କରିଥିଲେ ବାୟୁସେନାର ଯବାନ । ହିଣ୍ଡେନ ଆକାଶରେ ଗର୍ଜିଲା ଲଢୁଆ ରାଫେଲ୍ ଯୁଦ୍ଧ ବିମାନ । ଦମ୍ ଦେଖାଇଛି ତେଜସ୍‍ ।

ଚିନୁକ୍‍ ହେଲିକପ୍ଟର କଣ୍ଟେନର ନେଇ ଉଡ଼ିବାର କୌଶଳ ଦେଖାଇଥିଲା । ସୁଖୋଇ-୩୦, ମିଗ୍ ମହାକାଶରେ ଦେଖାଇଥିଲା ପରାକ୍ରମ । ଏହାସହ ଆକାଶରେ କୌଶଳ ପ୍ରଦର୍ଶନ ସହ ମନ ମୋହିଥିଲେ ଆକାଶଗଙ୍ଗା ଟିମ୍ ।

ପାରାଚୁଟ ସହିତ ବିଭିନ୍ନ ବିମାନରେ କଳାକୌଶଳ ପ୍ରଦର୍ଶନ କରିଛନ୍ତି ବୟୁସେନାର ବୀର ଯବାନ । ଏହି ବିଶେଷ ଉତ୍ସବରେ ସାମିଲ ହୋଇଥିଲେ ତିନି ସେନାର ମୁଖ୍ୟ ଓ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ଜେନେରାଲ ବିପିନ୍ ରାୱତ ।

ଏୟାରଫୋର୍ସ ଡେ ଅବସରରେ ବାଲାକୋଟ ଏୟାରଷ୍ଟାଇକରେ ସାମିଲ ବୀର ଯବାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଚଳିତ ବର୍ଷ ବାୟୁସେନା ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା ।

Leave A Reply

Your email address will not be published.