Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ୧ ଲକ୍ଷ ଟଙ୍କିଆ ନୋଟ୍!

କାରାକାଶ: ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ୧ ଲକ୍ଷ ଟଙ୍କିଆ ନୋଟ୍। ତେବେ ଏହା ଭାରତରେ ନୁହେଁ ବରଂ ଭେନେଜୁଏଲାରେ ଏହି ନୋଟ୍‌ ଆସିବାକୁ ଯାଉଛି।

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଏକ ଲକ୍ଷ ଟଙ୍କିଆ ନୋଟ୍‌ ନେଇ ବଜାର‌କୁ ଗଲେ ଆପଣ କେବଳ ୨ କିଲୋ ଆଳୁ କିଣିପାରିବେ।

ବର୍ତ୍ତମାନ ସମୟରେ ଭେନେଜୁଏଲାର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ବର୍ତ୍ତମାନ ଏହି ଦେଶର ମୁଦ୍ରାସ୍ଫୀତ ହାର ଏତେ ଅଧିକ ଯେ ଲୋକମାନେ ଏକ କପ୍‌ ଚା କିମ୍ବା କଫି ପାଇଁ ବ୍ୟାଗ୍‌ ଭର୍ତ୍ତି କରି ନୋଟ୍‌ ନେବାକୁ ବାଧ୍ୟ ହେଉଛନ୍ତି।

ଏହି ସମସ୍ୟା ଦୂର କରିବା ପାଇଁ ଭେନେଜୁଏଲା ସରକାର ପୁଣି ଥରେ ବଡ଼ ନୋଟ୍‌ ଜାରି କରିବାକୁ ଯାଉଛନ୍ତି। ବ୍ଲମବର୍ଗର ରିପୋର୍ଟ ଅନୁଯାୟୀ ଭେନେଜୁଏଲାର କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ ୧୦୦୦୦୦ ବଲିଭର୍‌ ନୋଟ୍‌ ଜାରି କରିବାକୁ ଯାଉଛି।

ଏହା ସବୁଠାରୁ ଅଧିକ ମୂଲ୍ୟର ନୋଟ୍‌ ହେବ। ତେବେ ଏକ ଲକ୍ଷ ବଲିଭର୍‌ ନୋଟ୍‌ର ମୂଲ୍ୟ ମାତ୍ର ୦.୨୩ ଡଲାର ହେବ। ଏହାର ଅର୍ଥ ସେଠାକାର ଲୋକେ ଏକ ଲକ୍ଷ ଟଙ୍କିଆ ନୋଟ୍‌ ନେଲେ କେବଳ ଦୁଇ କିଲୋ ଆଳୁ କିଣିପାରିବେ।

Leave A Reply

Your email address will not be published.