Latest Odisha News

BREAKING NEWS

ପାକିସ୍ତାନ ସୀମାରେ ପଶି ଭାରତୀୟ ବାୟୁସେନା ଧ୍ୱଂସ କଲା ଆତଙ୍କୀ କ୍ୟାମ୍ପ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ୧୨ ଦିନ ପରେ କଡ୍ଡା ଜବାବ ଦେଲା ଭାରତ । ମଙ୍ଗଳବାର ଦିନ ଭୋର ସମୟରେ ୧୨ଟି ମିରେଜ ଜେଟ୍ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପରେ ବୋମା ମାଡ଼ କରି ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଭାରତୀୟ ବାୟୁସେନାର ମିରେଜ ୧୨ଟି ୨୦୦୦ ଜେଟ୍ ବିମାନରେ ପ୍ରାୟ ୧୦୦୦ କିଲୋଗ୍ରାମ ଓଜନର ବୋମା ନିକ୍ଷେପ କରି ଅନେକ ଆତଙ୍କବାଦୀ କ୍ୟାମ୍ପ ଗୁଡ଼ିକୁ ଟାର୍ଗେଟ କରିଛି ଭାରତୀୟ ବାୟୁସେନା ।

ଭାରତୀୟ ବାୟୁସେନା ପକ୍ଷରୁ ମୁଜାଫରାବାଦ ନିକଟ ଏବଂ ପାକିସ୍ତାନର ବାଲାକୋଟ ନିକଟରେ କିନ୍ତୁ ପାକ୍ ଅଧିକୃତ କାଶ୍ମୀରରେ ଥିବା ଉଗ୍ରପନ୍ଥୀଙ୍କ ଗୁପ୍ତ କ୍ୟାମ୍ପ ଉପରେ ବୋମା ମାଡ଼ ହୋଇଛି ।

ଏସମ୍ପର୍କରେ ପାକିସ୍ତାନ ମେଜର ଜେନେରାଲ ଆସିଫ ଗୁଫୁର୍ ଟ୍ୱିଟ୍ଟ କରି କହିଛନ୍ତି, ଇଣ୍ଡିଆନ ଏୟାର ଫୋର୍ସ ଦ୍ୱାରା ପାକ ସୀମା ମଧ୍ୟରେ ପଶି ଆକ୍ରମଣ କରାଯାଇଛି । ଏପରିକି ପାକିସ୍ତାନ ସୀମାର ମୁଜାଫରାବାଦ ସେକ୍ଟରରେ ଭାରତୀୟ ବାୟୁସେନା ବିମାନ ପ୍ରବେଶ କରିଛନ୍ତି । ପାକିସ୍ତାନ ପ୍ରତି ଆକ୍ରମଣ କରିବା ପୂର୍ବରୁ ହିଁ ଭାରତୀୟ ବାୟୁସେନା ବୋମା ମାଡ଼ କରି ସମ୍ପୂର୍ଣ୍ଣ ପାକ୍ ଆତଙ୍କୀ ଶିବିରକୁ ଧ୍ୱଂସ କରି ଭାରତ ଫେରି ଆସିବାକୁ ସକ୍ଷମ ହୋଇଛି ।

Leave A Reply

Your email address will not be published.