Latest Odisha News

BREAKING NEWS

ଆଜି ଆଦିବାସୀ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଆଦିବାସୀ ବହୁଳ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସମ୍ମିଳନୀକୁ ସମ୍ବୋଧିତ କରିବେ ।

ଏହି ଜିଲ୍ଲା ଗୁଡିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପରିଷଦ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଥିବା ନୂତନ ପ୍ରକଳ୍ପର ଉଦଘାଟନ କରିବେ ।

ମାତ୍ର ବିଜେପି ପକ୍ଷରୁ ଏହି ବୈଠକକୁ ବିରୋଧ କରାଯାଇ ବନ୍ଦ କରାଯିବାକୁ ରାଜ୍ୟପାଳ ଡଃ ଗଣେଶୀ ଲାଲଙ୍କ ନିକଟରେ ଦାବି କରାଯାଇଛି । ଏପରିକି ଦଳ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ଜନସଂଖ୍ୟାର ୨୩% ହେଉଛନ୍ତି ଜନଜାତି ସମ୍ପ୍ରଦାୟର ।

ଆହୁରି ମଧ୍ୟ ଏନେଇ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସମ୍ବିଧାନର ଧାରା ୨୪୪ ଅନୁଯାୟୀ ଜନଜାତି ଓ ଅନୁସୂଚିତ ଜନଜାତି ବର୍ଗର ସାମାଜିକ ଓ ଅର୍ଥନୈତିକ ବିକାଶର ଉନ୍ନତି ନିମନ୍ତେ ରାଜ୍ୟପାଳ ନିଜେ ତଦାରଖ କରିପାରିବେ । ଏହା ରାଜ୍ୟପାଳଙ୍କ କ୍ଷମତାର ପରିସରଭୁକ୍ତ ମାତ୍ର ମୁଖ୍ୟମନ୍ତ୍ରୀ କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.