Latest Odisha News

BREAKING NEWS

ଆଜି ଭାରତରେ ପହଞ୍ଚିବ ଆଉ ୩ଟି ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ଭାରତକୁ ମିଳିବ ଆଉ ୩ ରାଫେଲ୍ ଯୁଦ୍ଧ ବିମାନ । ଆଜି ସଂନ୍ଧ୍ୟା ସୁଦ୍ଧା ଅମ୍ବାଲା ଏୟାରବେସରେ ପହଞ୍ଚିବେ ତିନିଟି ଲଢୁଆ ରାଫେଲ୍ ଯୁଦ୍ଧ ବିମାନ । ଏମାନଙ୍କ ଯୋଗଦାନ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବ ।

ଫ୍ରାନ୍ସରୁ ଉଡ଼ାଣ ଭରିବା ପରେ ତିନିଟି ଯାକ ରାଫେଲ ଯୁଦ୍ଧ ବିମାନ ରାସ୍ତାରେ କୌଣସି ସ୍ଥାନରେ ନଅଟକି ସିଧା ଭାରତରେ ପହଞ୍ଚିବେ । ପୂର୍ବରୁ ଫ୍ରାନ୍ସରୁ ଆସିଥିବା ରାଫେଲ ଯୁଦ୍ଧ ବିମାନ ବାଟରେ ୟୁଏଇରେ ଅଟକିଥିଲା।

ଗତ ଜୁଲାଇ ୨୮ତାରିଖରେ ଫ୍ରାନ୍ସରୁ ପ୍ରଥମ ଦଫାରେ ଭାରତରେ ପହଞ୍ଚିଥିଲା ୫ଟି ରାଫେଲ ଯୁଦ୍ଧ ବିମାନ‌ । ସେପ୍ଟେମ୍ବର ୧୦ ତାରିଖରେ ଭାରତୀୟ ବାୟୁସେନାରେ ବିଧିବଦ୍ଧ ସାମଲ ହୋଇଥିଲା ।

Leave A Reply

Your email address will not be published.