Latest Odisha News

କୋରାପୁଟରୁ ଜବତ ହେଲା କୋଟିଏ ଟଙ୍କା ମୂଲ୍ୟର ଗଞ୍ଜେଇ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରୁ ପାଖାପାଖି ୧ କୋଟି ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । ଗୋଟିଏ ପିକଅପ୍ ଭ୍ୟାନରୁ ଗଞ୍ଜେଇ ସହ ବନ୍ଧୁକ ଜବତ କରିଛି ପୋଲିସ।

ମାଛକୁଣ୍ଡ ପୋଲିସ ଏବଂ  ବିଏସଏଫ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ଚାଲିଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି।

ଗଞ୍ଜେଇ ଜବତ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ଏହାକୁ ଚାଲାଣ କରୁଥିବା ମାଫିଆ ମାନେ ଫେରାର ହୋଇଯାଇଥିବା ସୂଚନା ରହିଛି।

ହନୁମାଳ  ଗ୍ରାମ  ନିକଟରେ ନନ୍ଦପୁର ଏସଡ଼ିପିଓ, ଲମତାପୁଟ, ମାଛକୁଣ୍ଡ, ଜଲାପୁଟ ପୋଲିସ  ୫ ଜଣିଆ ଟିମ ଗଠନ କରି ପୂର୍ବରୁ ଜଗି ରହିଥିଲେ।

ଅନ୍ୟପଟେ ବିଏସଏଫ ପକ୍ଷରୁ ମଧ୍ୟ କମ୍ବିଂ ଅପରେସନ ଚାଲିଥିଲା। ଉକ୍ତ ସମୟରେ ଏକ ପିକଅପ୍  ଭ୍ୟାନ ଦ୍ରୁତଗତିରେ  ହନୁମାଳ ଗାଁ ଦେଇ ଆସୁଥିବା ବେଳେ ପୋଲିସ ଓ ବିଏସଏଫ ଅଟକାଇଥିଲେ।

ଅନ୍ଧାର ଯୋଗୁଁ ଡ୍ରାଇଭର ଗାଡି ଛାଡି ପଳେଇ ଯାଇଥିବା ବେଳେ ପ୍ରାୟ ୮ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ, ଏକ ପିସ୍ତଲ ଏବଂ ୨ଟି ଦୁଇଟି ଅଫୁଟା ଗୁଳି ଜବତ କରାଯାଇଛି ପୋଲିସ।

ତେବେ ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ଅନୁମାନ କରାଯାଇଛି।

Leave A Reply

Your email address will not be published.