Latest Odisha News

BREAKING NEWS

ଆମେରିକା ପ୍ରତିରକ୍ଷା ଗବେଷଣା ସଂସ୍ଥା ନାସାର କାର୍ଯ୍ୟକାରୀ ମୁଖ୍ୟ ହେଲେ ଭବ୍ୟା

ୱାଶିଂଟନ୍: ସ୍ପେସ୍ ଏଜେନ୍ସି ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବିଡେନଙ୍କ ଦ୍ବାରା ନାସାର ପରିବର୍ତ୍ତନ ଉପରେ ଗଠନ ହୋଇଥିବା ସମୀକ୍ଷା ଦଳର ସେ ସଦସ୍ୟ ରହିଛନ୍ତି।

ନାସା ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଲାଲଙ୍କର ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ଖୁବ୍ ଅଭିଜ୍ଞତା ରହିଛି। ସେ ସ୍ପେସ୍ ଟେକ୍ନୋଲୋଜି ଏବଂ ନୀତି ସମୁଦାୟର ଜଣେ ସକ୍ରିୟ ସଦସ୍ୟ ମଧ୍ୟ। ଆହୁରି ମଧ୍ୟ ସେ କ୍ରମାଗତ ଦୁଇଥର ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳ ପ୍ରଶାସନର ଫେଡେରାଲ ପରାମର୍ଶଦାତା କମିଟିରେ କର୍ମସିଆଲ୍ ରିମୋଟ ସେନ୍ସିଂରେ କାର୍ଯ୍ୟ କରିଛନ୍ତି।

ଏହା ବ୍ୟତୀତ STPI ରେ ଯୋଗଦେବା ପୂର୍ବରୁ C-STPS LLC ର ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ତାଙ୍କର ଚୟନ ହ‌ୋଇଥିଲା। ଭବ୍ୟାଙ୍କୁ ନାସାର ଇନୋଭେଟିଭ୍ ଆଡଭାନ୍ସଡ କନ୍ସେପ୍ଟସ୍ ପ୍ରୋଗ୍ରାମ ଏବଂ ନାସା ଆଡଭାଇଜରି କାଉନସିଲର ଟେକ୍ନୋଲୋଜି, ଇନୋଭେସନ୍ ଆଣ୍ଡ ଇଞ୍ଜିନିୟରିଂ ଆଡଭାଇଜରି କମିଟିର ଏକ୍ସର୍ଟନଲ କାଉନସିଲର ସଦସ୍ୟ ମଧ୍ୟ କରାଯାଇଛି।

 

Leave A Reply

Your email address will not be published.