Latest Odisha News

BREAKING NEWS

ନାସା ମିଶନକୁ ସଫଳ କରାଇଲେ ଭାରତୀୟ ବଂଶୋଦ୍ଭବ ସ୍ୱାତୀ ମୋହନ

ନୂଆଦିଲ୍ଲୀ: ଆମେରିକାର ମହାକାଶ ଏଜେନ୍ସି ନାସା ଶୁକ୍ରବାର ଐତିହାସିକ ସଫଳତା ହାସଲ କରିଛି । ମଙ୍ଗଳ ଗ୍ରହକୁ ଗବେଷଣା ପାଇଁ ରୋଭର ପରସିଭରେନ୍ସ ସଫଳତାର ସହ ପଠାଯାଇପାରିଛି । ତେବେ ଏହାକୁ ସଫଳ କରାଇବାରେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଡକ୍ଟର ସ୍ୱାତୀ ମୋହନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଆଟିଟ୍ୟୁଡ କଂଟ୍ରୋଲ ଓ ରୋଭର ଲ୍ୟାଣ୍ଡିଂ ସିଷ୍ଟମ ଉପରେ ସେ କାମ କରିଥିଲେ । ଡକ୍ଟର ମୋହନ କର୍ନିଲ ବିଶ୍ୱବିଦ୍ୟାଳୟରେ ମେକାନିକାଲ ଓ ଏରୋସ୍ପେଶ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପିଲାବେଳୁ ଷ୍ଟାର ଟ୍ରାକ୍ ଫିଲ୍ମ ଦ୍ୱାରା ପ୍ରଭାବିତ ସ୍ୱାତୀ ଏବେ ଏହାକୁ ବାସ୍ତବ ରୂପ ଦେଉଛନ୍ତି ।

Leave A Reply

Your email address will not be published.