ନୂଆଦିଲ୍ଲୀ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ମାମଲାର ଶୁଣାଣି କରି ଓଡ଼ିଶାକୁ ଜବାବ ଦାଖଲ ପାଇଁ ଚାରି ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆନ୍ଧ୍ରପ୍ରଦେଶର ଜବାବ ଉପରେ ପ୍ରତି ଜବାବ ରଖିବା ପାଇଁ ମାସେ ମହଲତ ମିଳିଛି । ଜଷ୍ଟିସ ଏମ୍. ଖାନୱିଲକର ଓ ଦୀନେଶ ମାହେଶ୍ୱରୀଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ମହଲତ ମିଳିବା ନେଇ ସୂଚନା ଦେଇଛନ୍ତି ଓଡ଼ିଶା ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଶିବଶଙ୍କର ମିଶ୍ର ।

ପୂର୍ବରୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବିଜୟନଗରମ୍ ଜିଲ୍ଲାପାଳ ସୁପ୍ରିମକୋର୍ଟରେ ଓଡ଼ିଶାର ମାମଲା ଉପରେ ୫୦ ପୃଷ୍ଠାର ସତ୍ୟପାଠ ଦାଖଲ କରିଥିଲେ । ଯେଉଁଥିରେ ଅଦାଲତ ଅବମାନନା ହୋଇ ନଥିବା ଉଲ୍ଲେଖ କରିଛି ଆନ୍ଧ୍ର । ସତ୍ୟପାଠରେ ଦର୍ଶାଇଛି, କୋଟିଆରେ ୧୯୫୨ ମସିହାରୁ ନିର୍ବାଚନ ହୋଇ ଆସୁଛି । ୨୦୦୬ ଓ ୨୦୧୩ରେ ବି ସେଠାରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିଥିଲା ।

ପୂର୍ବ ରାୟରେ ସର୍ବୋଚ୍ଚ ଅଦାଲତ କୌଣସି ନିର୍ଦ୍ଦେଶ ଦେଇ ନଥିବା ବେଳେ କିଭଳି ଅଦାଲତଙ୍କ ଅବମାନନା ହେଲା ବୋଲି ପ୍ରଶ୍ନ କରିଥିଲା ଆନ୍ଧ୍ରପ୍ରଦେଶ । ଏବେ ଓଡ଼ିଶା ସରକାର କି ଜବାବ ରଖିବେ ଓ ସୁପ୍ରିମକୋର୍ଟ କି ନିଷ୍ପତ୍ତି ଶୁଣାଇବେ ତାଉପରେ ନଜର । କୋରାପୁଟର ୩ଟି ଗାଁରେ ପଞ୍ଚାୟତ ନିର୍ବାଚନ କରିଥିଲା ଆନ୍ଧ୍ର । ଏହା ବିରୋଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା କରିଛି ଓଡ଼ିଶା ।
BREAKING NEWS
- ସାହରପଡ଼ା ଫାଣ୍ଡି ଅଧିକାରୀ ସସ୍ପେଣ୍ଡ
- ଟିମ ଇଣ୍ଡିଆର କ୍ଲିନ ସୁଇପ ଆଶା ଧୂଳିସାତ କଲେ ହୋପ
- Former CBI Director M. Nageshwar Rao:ରାଜନୀତିରେ ଏଣ୍ଟ୍ରି ମାରିଲେ ଓଡ଼ିଶା କ୍ୟାଡରର ଏହି ଆଇପିଏସ୍ ଅଧିକାରୀ;ସନାତନ ସମ୍ପର୍କରେ ଦେଲେ ବଡ ବୟାନ
- ଐତିହାସିକ ଫୁଟବଲ୍ ମ୍ୟାଚ୍ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍
- Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର ସହଯୋଗୀ
- ଭାରତୀୟ ଦଳର ଏକଦିବସୀୟରେ ନୂଆ ଛକା ରେକର୍ଡ
- CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର
- ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ ହେଲେ ରାହୁଲ

Comments are closed.