Latest Odisha News

BREAKING NEWS

ବଦଳିବ ଭାରତୀୟ ସେନାର ଡ୍ରେସ କୋଡ

ନୂଆଦିଲ୍ଲୀ: ବଦଳିବ ଭାରତୀୟ ଆର୍ମିର  ଡ୍ରେସ କୋଡ । ଇଣ୍ଡିଆନ ଆର୍ମିର ୟୁନିଫର୍ମ ବଦଳିବ ଏବଂ ଗୋଟିଏ ପ୍ରକାର ୟୁନିଫର୍ମ ଲାଗୁ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏଣିକି ବ୍ରିଗ୍ରେଡିୟର ଏବଂ ଏହାର ଉପର ରାଙ୍କର ଅଧିକାରୀମାନଙ୍କ ପାଇଁ ଆସିବ ଗୋଟିଏ ପ୍ରକାର ୟୁନିଫର୍ମ । ତେବେ ସେନାର କର୍ଣ୍ଣଲ ଏବଂ ତାଙ୍କ ତଳ ଅଧିକାରୀଙ୍କ ୟୁନିଫର୍ମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଏ ନେଇ ସେନା ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।

ଏହି ନୂଆ ୟୁନିଫର୍ମ ଚଳିତ ବର୍ଷ ଅଗଷ୍ଟ ୧ ତାରିଖରୁ ଲାଗୁ କରାଯିବ । ବିଗ୍ରେଡିୟର ଏବଂ ଉପର ରାଙ୍କ ସବୁ ଅଧିକାରୀଙ୍କର ସମାନ ୟୁନିଫର୍ମ ରହିବ। ତାଙ୍କର ମୂଳ କାଡର ଏବଂ ନିଯୁକ୍ତି ଭିନ୍ନ ହେଲେ ବି ୟୁନିଫର୍ମ ସମାନ ରହିବ । ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ଅଧିକାରୀଙ୍କ ଟୋପି, କାନ୍ଧରେ ବ୍ୟାଜ, ଗୋରଗେଟ ପ୍ୟାଚ, ବେଲ୍ଟ ଏବଂ ଜୋତାରେ ପରିବର୍ତ୍ତନ କରାଯାଇ ସମାନ କରାଯିବ । ନିକଟରେ ଶେଷ ହୋଇଥିବା ଆର୍ମି କମାଣ୍ଡର କନଫରେନ୍ସରେ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି ।

 

 

 

 

Leave A Reply

Your email address will not be published.