Latest Odisha News

BREAKING NEWS

ଶ୍ରୀଲଙ୍କାରେ ହୋଇପାରେ ଏସିଆ କପ କ୍ରିକେଟ

ନୂଆଦିଲ୍ଲୀ: ଏସିଆ କପ ଆୟୋଜନ ନେଇ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି । ଏସିଆନ କ୍ରିକେଟ କାଉନସିଲ ପାକିସ୍ତାନ ହାତରୁ ଆୟୋଜକ ଅଧିକାର ଛଡେଇ ନେଇଛି । ପୂର୍ବ ରିପୋର୍ଟ ଅନୁସାରେ ୟୁଏଇରେ ଭାରତ-ପାକିସ୍ତାନ ମ୍ୟାଚ ଖେଳା ଯାଇଥାନ୍ତା ଏବଂ ଅନ୍ୟ ମ୍ୟାଚ ସବୁ ପାକିସ୍ତାନରେ ଆୟୋଜିତ ହୋଇଥାନ୍ତା । ପାକିସ୍ତାନର ଏହି ପ୍ରସ୍ତାବକୁ ଏସିସି ପସନ୍ଦ କରି ନ ଥିଲା । ଶ୍ରୀଲଙ୍କାକୁ ଏହାର ଆୟୋଜକ ଅଧିକାର ମିଳିବା ସମ୍ଭାବନା ଅଧିକ । ତେବେ ଏଥିରେ ପାକିସ୍ତାନ ଅଂଶଗ୍ରହଣ କରୁଛି କି ନାହିଁ ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

ଦୁଇ ଦେଶ ମଧ୍ୟରେ ମ୍‌ତଭେଦ ଯୋଗୁ ପାକିସ୍ତାନ ଗସ୍ତରେ ଭାରତ ଯିବାକୁ ମନା କରି ଦେଇଥିଲା । ଫଳରେ ଏସିଆ କପ ଆୟୋଜନ ନେଇ ପାକିସ୍ତାନ ଅଡୁଆରେ ପଡି ଯାଇଥିଲା । ବିସିସିଆଇକୁ ଏହି ସମସ୍ତ ଘଟରାରେ ଶ୍ରୀଲଙ୍କା ଓ ବାଂଲାଦେଶର ସହଯୋଗ ମିଳିଥିଲା । ସେପ୍ଟେମ୍ବର ୨ରୁ ୧୭ ପର୍ଯ୍ୟନ୍ତ ଏସିଆ କପ କେଉଁଠାରେ ଆୟୋଜନ ହେବ ତାହା ଏସିସି ଖୁବ ଶୀଘ୍ର ଘୋଷଣା କରିବ ।

Leave A Reply

Your email address will not be published.