Latest Odisha News

BREAKING NEWS

ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତୀୟ ସ୍ଥଳସେନାରେ ବଡ଼ ଅଘଟଣ । ସ୍ଥଳସେନାର ଗୋଟିଏ ହେଲିକପ୍ଟର ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଛି। ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇ ପାଇଲଟ ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଦୁଇ ଜଣ ପାଇଲଟଙ୍କୁ ନେଇ ଏଚଏଏଲ ଦ୍ୱାରା ପ୍ରସ୍ତୁତ ଧ୍ରୁବ ହେଲିକପ୍ଟର ଉଡ଼ାଣ ଭରିଥିଲା । ତେବେ କଠୁଆର ଲକ୍ଷଣପୁର ଠାରେ ହଠାତ୍‌ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସଙ୍ଗେ ସଙ୍ଗେ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ।

Leave A Reply

Your email address will not be published.