Latest Odisha News

BREAKING NEWS

ଦେଶବାସୀଙ୍କୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି : ଚାଷୀ, ଯବାନ ଓ ବୈଜ୍ଞାନିକଙ୍କୁ ମନେ ପକାଇଲେ

ନୂଆଦିଲ୍ଲୀ : ଆସନ୍ତାକାଲି ଦେଶ ପାଳିବ ୭୨ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ, କୃଷକ କଲ୍ୟାଣ ପାଇଁ ଆମେ ସର୍ବଦା ପ୍ରତିବଦ୍ଧ । ସେ କହିଛନ୍ତି ଯେ, ଗଣତନ୍ତ୍ର ଦିବସକୁ ମଧ୍ୟ ଆମେ ଉତ୍ସାହର ସହ ପାଳନ କରିଥାଉ । ଆମ ଜାତୀୟ ପତାକା ଓ ସମ୍ବିଧାନ ପ୍ରତି ସମ୍ମାନ ଓ ଆସ୍ଥା ବ୍ୟକ୍ତ କରିଥାଉ । କରୋନା ମହାମାରୀକୁ ଦେଶ ଯେପରି ଏକ ହୋଇ ମୁକାବିଲା କଲା ତାହାର ସେ ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ରାଷ୍ଟ୍ରପତି ନିଜ ଅଭିଭାଷଣରେ କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆମର ସମସ୍ତ କୃଷକ, ଯବାନ ଓ ବୈଜ୍ଞାନିକ ବିଶେଷ ଶୁଭେଛାର ପାତ୍ର ଓ କୃତଜ୍ଞ ରାଷ୍ଟ୍ର ସାଧାରଣତନ୍ତ୍ର ଦିବସରେ ଏହି ସମସ୍ତଙ୍କ ଅଭିନନ୍ଦନ କରୁଛି । କରୋନା ସମୟରେ ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମୀଙ୍କ ଅବଦାନ ମନେ ପକାଇଛନ୍ତି । କାରଣ ସେମାନେ ନିଜ ଜୀବନକୁ ବିପନ୍ନ କରି ପୀଡିତଙ୍କ ଚିକିତ୍ସା ଓ ଦେଖାଶୁଣା କରୁଥିଲେ । ଅନେକ ମଧ୍ୟ ଏହି ପ୍ରକ୍ରିୟାରେ ନିଜ ଜୀବନ ହରାଇଥିଲେ । ସେ ସମସ୍ତ ଶୋକସନ୍ତପ୍ତ ପରିବାର ପ୍ରତି ମୁଁ ମୋର ସମବେଦନା ପ୍ରକଟ କରୁଛି ।

ସେ କହିଛନ୍ତି, ଆତ୍ମନିର୍ଭର ଭାରତ ଆଜି ନିଜର କରୋନା ଟିକା ତିଆରି କରିଛି। ନୂଆ ଭାରତର ମୂଳଦୁଆ ଭାବେ ନ୍ୟାସନାଲ ଏଜୁକେସନ ପଲିସି ୨୦୨୦କୁ କାର୍ଯ୍ୟକାରୀ କରାଯାଇଛି । ବିଶ୍ୱସ୍ତରରେ ଭାରତୀୟମାନେ ଆଜି ନିଜର ପରାକ୍ରମ ଦେଖାଇଛନ୍ତି। ସେହିପରି ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ବନ୍ଧୁତା ଆମ ଜୀବନର ମୂଳ ଭାବେ ରହିଆସିଛି । ଏହାସହ ଆମ କୃଷକ ଭାଇମାନଙ୍କ ପ୍ରତି ସାରା ଦେଶବାସୀ କୃତଜ୍ଞତା ଜଣାଉଛନ୍ତି। କାରଣ ଦେଶକୁ ଦେଶକୁ ଆତ୍ମନିର୍ଭର କରାଇବାରେ ଏମାନଙ୍କର ଭୂମିକା ସବୁଠୁ ଅଧିକ ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ।

Leave A Reply

Your email address will not be published.