Latest Odisha News

BREAKING NEWS

ଭାରତର ୨୬ ସ୍ଥାନରେ ପାକିସ୍ତାନ ଡ୍ରୋନ ଆକ୍ରମଣକୁ ପଣ୍ଡ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଶୁକ୍ରବାର ଦିନ ମଧ୍ୟ ପାକିସ୍ତାନ ଭାରତର ଅନେକ ସ୍ଥାନରେ ଡ୍ରୋନ୍ ବ୍ୟବହାର କରି ଦ୍ରୁତ ଆକ୍ରମଣ କରିଥିଲା ​​କିନ୍ତୁ ଭାରତୀୟ ସେନା ଏହି ଆକ୍ରମଣଗୁଡ଼ିକୁ ପଣ୍ଡ କରିଥିଲା। ଭାରତୀୟ ସେନା ଆକାଶରେ ହିଁ ଡ୍ରୋନଗୁଡିକୁ ଖସାଇ ଦେଇଥିଲା। ଉତ୍ତରରେ ବାରାମୁଲ୍ଲା ଠାରୁ ଦକ୍ଷିଣରେ ଭୁଜ ପର୍ଯ୍ୟନ୍ତ, ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖାରେ ୨୬ଟି ସ୍ଥାନରେ ଡ୍ରୋନ ଆକ୍ରମଣ କରିଥିଲା ପାକିସ୍ତାନ। ଏଥିରେ ସନ୍ଦିଗ୍ଧ ସଶସ୍ତ୍ର ଡ୍ରୋନ ମଧ୍ୟ ଅନ୍ତର୍ଭୁକ୍ତ ଯାହା ନାଗରିକ ଏବଂ ସାମରିକ ଲକ୍ଷ୍ୟସ୍ଥଳ ପାଇଁ ସମ୍ଭାବ୍ୟ ବିପଦ ସୃଷ୍ଟି କରୁଛି। ପାକିସ୍ତାନ ଦ୍ୱାରା କରାଯାଇଥିବା ଏହି ଆକ୍ରମଣର ଭାରତ ଉପଯୁକ୍ତ ଜବାବ ଦେଇଛି।

ସେହି ସ୍ଥାନଗୁଡିକ ହେଲା ବାରାମୁଲ୍ଲା, ଶ୍ରୀନଗର, ଅବନ୍ତୀପୋରା, ନାଗ୍ରୋଟା, ଜାମ୍ମୁ, ଫେରୋଜପୁର, ପଠାନକୋଟ, ଫାଜିଲ୍କା, ଲାଲଗଡ ଜାଟା, ଜୈସଲମେର,ବାରମର୍, ଭୁଜ, କୁଆରବେଟ୍ ଏବଂ ଲାଖୀ ନାଲା ।

ନିୟନ୍ତ୍ରଣ ରେଖା (LoC) ଏବଂ ଅନ୍ତର୍ଜାତୀୟ ସୀମା (IB) ପାଖରେ ପାକିସ୍ତାନ ସେନା ଦ୍ୱାରା ଭାରତୀୟ ସହରଗୁଡ଼ିକ ଉପରେ ଡ୍ରୋନ୍ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଜମ୍ମୁ ସେକ୍ଟରର ବିପରୀତ ଦିଗରେ କଡ଼ା ଜବାବ ଦେଉଛି  ।

ଭାରତୀୟ ସଶସ୍ତ୍ର ବାହିନୀ ଉଚ୍ଚସ୍ତରର ସତର୍କତା ବଜାୟ ରଖିଛନ୍ତି ଏବଂ ଆକାଶ ମାର୍ଗରୁ ଆସୁଥିବା ବିପଦକୁ ଟ୍ରାକ୍ କରାଯାଉଛି ଏବଂ ଡ୍ରୋନ-ପ୍ରତିରୋଧୀ ପ୍ରଣାଳୀ ବ୍ୟବହାର କରି ମୁକାବିଲା କରାଯାଉଛି। ପରିସ୍ଥିତି ଉପରେ କଡ଼ା ଏବଂ ନିରନ୍ତର ନଜର ରଖାଯାଇଛି, ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

 

Comments are closed.