Latest Odisha News

ଆତ୍ମନିର୍ଭର ଭାରତ ଦିଗରେ ପାଦେ ଆଗେଇଲା ସେନା, ପ୍ରସ୍ତୁତ କଲା ନିଜସ୍ୱ ଆପ ସାଇ

ନୂଆଦିଲ୍ଲୀ:ଆତ୍ମନିର୍ଭର ଭାରତ ଦିଗରେ ପାଦେ ଆଗେଇଛି ସେନା । ଭାରତୀୟ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବେ ଏକ ମେସେଜିଂ ଆପ୍ ପ୍ରସ୍ତୁତ କରାଯାଇଛି । ଏହାର ନାମ ରଖାଯାଇଛି ସିକ୍ୱୋର ଆପ୍ଲିକେଶନ ଫର ଇଂଟରନେଟ (ସାଇ) । ଭଏସ, ଟେକ୍ସଟ, ଭିଡିଓ କଲିଂ ଓ ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନର ସୁବିଧା ରହିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୁରକ୍ଷା ଦୃଷ୍ଟିକୋଣରୁ ଏହା ସର୍ବୋକୃଷ୍ଟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସମ୍ପୂର୍ଣ୍ଣ ଭାବେ ଭାରତୀୟ ସେନାଙ୍କ ଦ୍ୱାରା ଏହା ବ୍ୟବହାର କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏଥିନେଇ କର୍ଣ୍ଣଲ ସାଇ ଶଙ୍କରଙ୍କୁ ଶୁଭେଚ୍ଛା ଦେଇଛନ୍ତି ।

Leave A Reply

Your email address will not be published.