Latest Odisha News

BREAKING NEWS

ପ୍ୟାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଥିବା ଫିଙ୍ଗର ୪ର ଶୀର୍ଷ ସ୍ଥାନ କବଜାକୁ ନେଲା ଭାରତ

ଲଦାଖ: ଭାରତ-ଚୀନ ମଧ୍ୟରେ ବିବାଦ ଥମିବାରେ ନାମ ନେଉ ନାହିଁ । ବିଧିବଦ୍ଧ ଭାବେ ଭାରତୀୟ ସେନାରେ ରାଫାଲ ଯୁଦ୍ଧ ବିମାନ ସାମିଲ ହେବା ପରେ ସେନାର ମନୋବଳ ବଢ଼ିଛି । ଏହି ଅବସରରେ ଭାରତୀୟ ସେନା ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ଥିବା ବିବାଦୀୟ ଫିଙ୍ଗର ୪ ଅଂଚଳର ଶୀର୍ଷ ସ୍ଥାନ ଅଧିକାର କରି ନେଇଛି । ଏହା ଦ୍ୱାରା ସଂଘର୍ଷ ବେଳେ ଭାରତୀୟ ସେନା ନିଶ୍ଚିତ ଭାବେ ଫାଇଦାରେ ରହିବେ ।

ଭାରତ ଓ ଚୀନ ସେନାର ବ୍ରିଗେଡ କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଥିଲେ ମଧ୍ୟ ଡ୍ରାଗନ ସେନା ତାର ଚାଲାକିରୁ ଓହରୁ ନାହିଁ । ଭାରତ ମଧ୍ୟ ଚୀନର ଧମକକୁ ଖାତିର ନ କରି ମୁକାବିଲା ପାଇଁ ପ୍ରସ୍ତୁତ ଅଛି ।

Leave A Reply

Your email address will not be published.