Latest Odisha News

BREAKING NEWS

ବଦମାସ୍ ଚୀନର ପୁଣି ବାହାରିଲା ପୁରୁଣା ରୋଗ

ନୂଆଦିଲ୍ଲୀ: କଥାରେ ଅଛି ଯେତେ ମାଠିବୁ ମାଠ, ସେହି ଦରପୋଡା କାଟ୍ । ଯାହାର ପ୍ରକୃତି ଯାହା କେବେ ବଦଳିବ ନାହିଁ । ପ୍ରତାରକ ଚୀନ କ୍ଷେତ୍ରରେ ପୁଣି ଥରେ ଦେଖିବାକୁ ମିଳିଛି । ଶାନ୍ତି ଆଲୋଚନା ଚାଲିଥିବା ବେଳେ ସୀମାରେ ଆରମ୍ଭ କରିଛି ନାଟକବାଜୀ । ମୁହାଁମୁହିଁ ହୋଇଛନ୍ତି ଚୀନ୍-ଭାରତ ସେନା । ଭାରତୀୟ ସେନା ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି ।

ଇଷ୍ଟର୍ଣ୍ଣ ଲଦାଖର ପାନଙ୍ଗଗ ସୁ ଲେକ୍ ନିକଟରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦେଶ ସେନା । ୨୯-୩୦ ରାତିରେ ସାମନା ସାମନୀ ହୋଇଥିଲେ । ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ପକ୍ଷରୁ ସୀମାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ ।

ଚୀନ୍ ସେନା ଆଗକୁ ବଢୁଥିଲେ । କିନ୍ତୁ ସତର୍କତାର ସହ ଭାରତୀୟ ସେନା ସେଭଳି କୌଣସି ସ୍ଥିତି ଉପୁଜିବାକୁ ଦେଇ ନଥିଲେ । ପୂର୍ବ ଆଲୋଚନା ଅନୁଯାୟୀ ଶାନ୍ତି ଓ ସଦଭାଗ ବଜାୟ ରଖିବା ଦିଗରେ ଉଦ୍ୟମ କରିଥିଲେ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଘଟଣା ପରେ ଚୁସୁଲ ସେକ୍ଟରରେ ଦୁଇ ଦେଶର ବ୍ରିଗେଡ କମାଣ୍ଡରସ୍ତରୀୟ ଆଲୋଚନା ଚାଲିଛି । ଗତ ଜୁନ୍ ୧୫ ତାରିଖରେ ଏଲଏସିର ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିଲେ ।

ତାପରେ ଦୁଇ ଦେଶ ମଧ୍ୟରେ ବଢ଼ିଥିଲା ତିକ୍ତତା । ସୀମାରେ ଶାନ୍ତି ବଜାୟ ରଖିବା ସହ ପୂର୍ବ ସ୍ଥିତି ଫେରାଇ ଆଣିବା ଦିଗରେ ବିଭିନ୍ନ ପର୍ୟ୍ୟାୟରେ ଆଲୋଚନା ବି ହୋଇଥିଲା । ବିବାଦୀୟ ସ୍ଥାନରୁ ସେନା ପ୍ରତ୍ୟାହାର ପାଇଁ ରାଜି ହୋଇଥିଲେ ଭାରତ-ଚୀନ୍ । କିଛି ଦିନର ନିରବତା ପରେ ପୁଣି ଥରେ ସୀମାରେ ଟେନସନ୍ ମଞ୍ଜି ପୋତୁଛି ଚୀନ୍ ।

Leave A Reply

Your email address will not be published.