ନୂଆଦିଲ୍ଲୀ: ସୀମାରେ ଟେନସନ୍ ଲାଗି ରହିଛି । ଏଲଏସିରେ ଉତ୍ତେଜନା ପରିସ୍ଥିତି ଥମୁନି । ଏଭଳି ସ୍ଥିତିରେ ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଉଛି ଭାରତୀୟ ସେନାର ଚାରି ଦିନିଆ କମାଣ୍ଡରସ୍ତରୀୟ ସମ୍ମିଳନୀ । ଏଜେଣ୍ଡାରେ ପ୍ରମୁଖ ପ୍ରସଙ୍ଗ ରହିଛି ସେନାର ରଣନୀତି ଓ ମାନବ ସମ୍ବଳ ପ୍ରସଙ୍ଗ ।
ଯୁଦ୍ଧ ପାଇଁ କେତେ ପ୍ରସ୍ତୁତ ରହିଛି ଭାରତୀୟ ସେନା ? ଏସମ୍ପର୍କରେ ବି ସମୀକ୍ଷା କରାଯାଇପାରେ । ସମ୍ମିଳନୀରେ ଭାଇସ୍ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍, ସମସ୍ତ କମାଣ୍ଡର୍ସ, ଆର୍ମି ହେଡକ୍ୱାର୍ଟର୍ସର ପ୍ରିନି୍ସିପାଲ୍ ଷ୍ଟାଫ୍ ଅଫିସରଙ୍କ ସମେତ ବରିଷ୍ଠ ସେନା ଅଧିକାରୀ । ପ୍ରଥମ ଦିନରେ ମାନବ ସମ୍ବଳ ଉପରେ ବିସ୍ତୃତ ଆଲୋଚନା ହେବ ।
ଆସନ୍ତାକାଲି ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତାଙ୍କ ପୂର୍ବରୁ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ ଓ ତିନି ସେନା ମୁଖ୍ୟ ସମ୍ମିଳନୀକୁ ସମ୍ବୋଧିକ କରିବେ । ୨୮ ତାରିଖରେ ସେନାର ସମସ୍ତ କମାଣ୍ଡର ବିଭିନ୍ନ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା କାର୍ୟ୍ୟକ୍ରମ ରହିଛି ।
Comments are closed.