Latest Odisha News

BREAKING NEWS

ଆଜି ଭାରତ ଆସୁଛନ୍ତି ଆମେରିକା ପରରାଷ୍ଟ୍ର ସଚିବ ଓ ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଓ ପ୍ରତିରକ୍ଷା ସଚିବ ମାର୍କ ଏସ୍‌ପାର୍‌ । ନୂଆଦିଲ୍ଲୀରେ ଟୁ ପ୍ଲସ୍‌ ଟୁ ଆଲୋଚନା ରହିଛି । ଦୁଇ ଭାରତୀୟ ପ୍ରତିପକ୍ଷଙ୍କ ସହ ସେମାନେ ଆଲୋଚନା କରିବେ ।

ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ ଦୁଇ ଦେଶ ମଧ୍ୟରେ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ । ବର୍ତ୍ତମାନ ଇଷ୍ଟର୍ଣ୍ଣ ଲଦାଖରେ ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଏହି ପ୍ରସଙ୍ଗ ବି ଫୋକସରେ ରହିବ । ସୀମାରେ ଚୀନ୍‌ର ଗତିବିଧି ଓ ସେନା ଠୁଳ ସମ୍ପର୍କରେ କହିଥିଲେ ଆମେରିକା ପରରାଷ୍ଟ୍ର ସଚିବ ମାଇକ ପମ୍ପିଓ ।ଫାଇଲ୍ ଫଟୋ
ସେହିପରି ଏଲଏସି ପ୍ରସଙ୍ଗରେ ଭାରତକୁ ସମର୍ଥନ ଦେଇ ଆସୁଛି ଆମେରିକା । ଏହାବ୍ୟତୀତ ଟୁ ପ୍ଲସ ଟୁ ଆଲୋଚନାରେ ସ୍ଥାନ ପାଇପାରେ କୋଭିଡ ମହାମାରୀ ମୁକାବିଲା ପ୍ରସଙ୍ଗ । ପ୍ରତିରକ୍ଷା ସହଯୋଗ ସମ୍ପର୍କରେ ଆମେରିକା ଓ ଭାରତ ପ୍ରତିପକ୍ଷ ଆଲୋଚନା କରିବେ । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି । ଏଭଳି ସ୍ଥିତିରେ ଆମେରିକା ପରରାଷ୍ଟ୍ର ସଚିବ ଓ ପ୍ରତିରକ୍ଷା ସଚିବଙ୍କ ଭାରତ ଗସ୍ତ ଅନେକ ଗୁରୁତ୍ୱ ବି ବହନ କରୁଛି ।

Leave A Reply

Your email address will not be published.