Latest Odisha News

BREAKING NEWS

ଖୁବଶୀଘ୍ର ଚନ୍ଦ୍ରକୁ ଯିବେ ଭାରତୀୟ ମହାକାଶଚାରୀ: ISRO

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଆଗେଇ ଚାଲିଛି ଇସ୍ରୋ। ତେବେ ଖୁବଶୀଘ୍ର ଚନ୍ଦ୍ରକୁ ଭାରତୀୟ ମହାକାଶଚାରୀଙ୍କୁ ପ୍ରେରଣ କରାଯିବ। ଇସ୍ରୋର ଚନ୍ଦ୍ରାୟନ -୩ ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ପି ଭେରାମୁଥୁଭେଲ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୩୫ ସୁଦ୍ଧା ନିଜର ସ୍ପେସ୍ ଷ୍ଟେସନ ନିର୍ମାଣ କରିବ ଇସ୍ରୋ। ୨୦୪୦ ସୁଦ୍ଧା ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ଭାରତର ମହତ୍ତ୍ୱ ପୂର୍ଣ୍ଣ ଯୋଜନା ସଠିକ୍ ଦିଗରେ ଗତି କରୁଛି।

ଭେରାମୁଥୁଭେଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଇଏସଆରଓ ଚେୟାରମ୍ୟାନ୍ କହିଛନ୍ତି ଯେ ୨୦୪୦ସୁଦ୍ଧା ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଯିବା। ୨୦୩୫ସୁଦ୍ଧା ଆମର ଏକ ସ୍ପେସ୍ ଷ୍ଟେସନ୍ ମଧ୍ୟ କରାଯିବ। ସେ ଦିଗରେ କାମ ଚାଲିଛି।ଏଗୁଡିକ ବହୁତ ଉଚ୍ଚାଭିଳାଷୀ ଯୋଜନା ଯାହା ଇସ୍ରୋ ଆରମ୍ଭ କରିଛି । ଆମେ ଏହି ଯୋଜନାଗୁଡିକ ସଂପୂର୍ଣ୍ଣ କରିବା ଦିଗରେ କାର୍ଯ୍ୟ କରୁଛୁ ।
ଚନ୍ଦ୍ରାୟନ -୩ର ପ୍ରପଲସନ ମଡ୍ୟୁଲକୁ ପୃଥିବୀର କକ୍ଷପଥକୁ ଫେରାଇ ଆଣିବାରେ ଇସ୍ରୋର ସଫଳତା ନେଇ ଭେରାମୁଥୁଭେଲ କହିଛନ୍ତି। ଲ୍ୟାଣ୍ଡର ଏବଂ ରୋଭର ମିଶନ ଗୋଟିଏ ଚନ୍ଦ୍ର ଦିବସକୁ ସଫଳତାର ସହ ସମାପ୍ତ କରିଛି। ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀରେ ୧୪ଦିନ ସହିତ ସମାନ। ସେ କହିଛନ୍ତି ଯେ ପ୍ରପଲସନ୍ ମଡ୍ୟୁଲ୍ ସଫଳତାର ସହିତ ସମସ୍ତ ମିଶନ ଉଦ୍ଦେଶ୍ୟ ପୂରଣ କରିଛି ।

Comments are closed.