Latest Odisha News

BREAKING NEWS

୧୩ ବର୍ଷ ପରେ କୋହଲି ପ୍ରଥମ ଥର ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ଓହରିଲେ, ସଚିନ ୪ଥର ଖେଳି ନ ଥିଲେ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ଆନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ସିରିଜରୁ ଓହରି ଯାଇଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁ ସେ ଏହି ନିଷ୍ପତି ନେଇଛନ୍ତି । କୋହଲି ୨୦ ଜୁନ ୨୦୧୧ରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେବେଠାରୁ ସେ କେବେ ହେଲେ ସମ୍ପୂର୍ଣ୍ଣ ସିରିଜରୁ ଓହରି ନ ଥିଲେ । ବିସିସିଆଇ ମଧ୍ୟ କୋହଲିଙ୍କ ଏହି ନିଷ୍ପତିକୁ ସମର୍ଥନ ଓ ସମ୍ମାନ ଦେଉଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ କ୍ୟାରିୟରରେ ୪ଥର ସମ୍ପୂର୍ଣ୍ଣ ସିରିଜରୁ ଓହରିଥିଲେ । ୨୦୦୧(ଶ୍ରୀଲଙ୍କା), ୨୦୦୫(ଜିମ୍ବାୱେ), ୨୦୦୬(ୱେଷ୍ଟଇଣ୍ଡିଜ) ଓ ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଖେଳି ନ ଥିଲେ ।

ଇଂଲଣ୍ଡ ବିପକ୍ଷ ବାକି ୩ଟି ମ୍ୟାଚ ପାଇଁ ଘୋଷିତ ଟିମରେ କେଏଲ ରାହୁଲ ଓ ଶ୍ରେୟାସ ଆୟାରଙ୍କୁ ସାମିଲ କରାଯାଇଛି । ତେବେ ମେଡିକାଲ ଟିମ ଫିଟନେସ ରିପୋର୍ଟ ଦେବା ପରେ ସେମାନେ ଖେଳିବେ କି ନାହିଁ ସ୍ପଷ୍ଟ ହେବ ।

Leave A Reply

Your email address will not be published.