Latest Odisha News

BREAKING NEWS

ଦୁବାଇରେ ଚାର୍ଲସ ଆଦାମୁଙ୍କ ସହ ଲଢେଇ ଲଢିବେ ବକ୍ସର୍ ବିଜେନ୍ଦର୍ ସିଂହ !

ଦୁବାଇ: ଭାରତୀୟ ବକ୍ସିଂ ଆଇକନ୍ ତଥା ଡବ୍ଲ୍ୟୁବିଓ ଏସିଆ ପ୍ୟାସିଫିକ୍ ଓ ଓରିଏଣ୍ଟାଲ୍ ସୁପର୍ ମିଡ଼ିଲୱେଟ୍ ଚମ୍ପିଆନ ବିଜେନ୍ଦର ସିଂହ ଦୁବାଇରେ କମନୱେଲଥ ଚମ୍ପିଆନ ଚାର୍ଲସ ଆଦାମୁଙ୍କୁ ଲଢେଇରେ ଭେଟିବେ ।

ଆସନ୍ତା ନଭେମ୍ବର ୨୨ ତାରିଖରେ ଦୁବାଇଠାରେ ଘାନାର ଚମ୍ପିଆନ ବକ୍ସର୍ ଆଦାମୁଙ୍କ ସହିତ ଲଢେଇରେ ଅବତୀର୍ଣ୍ଣ ହେବେ ବିଜେନ୍ଦର୍ ।

ବିଜେନ୍ଦର୍ ଚଳିତ ବର୍ଷ ଜୁଲାଇ ମାସରେ ଟାଣୁଆ ମୁଷ୍ଟିଯୋଦ୍ଧା ମାଇକ୍ ସ୍ରିନ୍ଦରଙ୍କୁ ପରାସ୍ତ କରି ଲଗାତର ୧୧ଟି ବାଉଟ୍ ଜିତିବାର ରେକର୍ଡ଼ ପ୍ରତିଷ୍ଠା କରିଛନ୍ତି । ଏହି ୩୪ ବର୍ଷ ବୟସ୍କ୍ ଭାରତୀୟ ବକ୍ସର୍ ୪୨ ବର୍ଷ ବୟସ୍କ ଆଫ୍ରିକୀୟ ବକ୍କରଙ୍କୁ ଏକ କଠିନ ମୁକାବିଲାରେ ସାମ୍ନା କରିବାକୁ ଯାଉଛନ୍ତି ।

“ଦୀର୍ଘ ୨ମାସ ଧରି କଠିନ ଟ୍ରେନିଂ ନେବା ପରେ ମୁଁ ଏବେ ଲଢେଇ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ନିଶ୍ଚିତ ସଫଳତା ହାସଲ କରିପାରିବି ବୋଲି ଦୃଢ ଆଶା ରଖିଛି,” ବୋଲି ବିଜେନ୍ଦର କହିଛନ୍ତି ।

Leave A Reply

Your email address will not be published.