Latest Odisha News

BREAKING NEWS

ଆଜି ସନ୍ଧ୍ୟାରେ ନବୀନଙ୍କୁ ଭେଟିବେ କମଲ ହସନ

ଭୁବନେଶ୍ୱର: ନିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସକ କହୁଥିବା ଅଭିନେତା ତଥା ନେତା କମଲ ହସନ ସୋମବାର ସନ୍ଧ୍ୟାରେ ନବୀନ ନିବସଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂତ୍ରରୁ ପ୍ରକାଶ ।

ମକ୍କଲ ନିଡି ମଲ୍ଲମ (ଏମଏନଏମ)ର ସଂସ୍ଥାପକ ତଥା ସଭାପତିଙ୍କୁ କମଲ ହସନ ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ(ସିୟୁଟିଏମ)ର ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଯେଉଁଠାରେ ସେ ମଙ୍ଗଳବାର ଦିନ ବଟରଫ୍ଲାଏ ପାର୍କ ଉନ୍ମୋଚନା କରିବା ନେଇ ଜଣାପଡିଛି।

ବିଶ୍ୱସ୍ତ ସୁତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ଗତବର୍ଷ ଚେନ୍ନାଇ ଠାରେ ଆୟୋଜିତ ଏକ ଇନଭେଷ୍ଟମେଣ୍ଟ ରୋଡ ଶୋ’ରେ ହାସନ୍ ବିଜେଡିର ମୁଖ୍ୟଙ୍କୁ ଭେଟି ତାଙ୍କ ଠାରୁ ରାଜନୀତି ସମ୍ପର୍କରେ ପରାମର୍ଶ ମଧ୍ୟ ଗ୍ରହଣ କରିଥିଲେ । ଏପରିକି ନବୀନଙ୍କ ଶାସନ ପଦ୍ଧତିକୁ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.