ନୂଆଦିଲ୍ଲୀ: ଭାରତୀୟ ଜଳସୀମାରେ ଅବୈଧ ଭାବରେ ପ୍ରବେଶ କରୁଥିବା ଏକ ପାକିସ୍ତାନୀ ଡଙ୍ଗାକୁ ଭାରତୀୟ ତଟରକ୍ଷୀ ବାହିନୀ ଜବତ କରିଛି । ଡଙ୍ଗାରେ ଥିବା ୯ ଜଣ ପାକିସ୍ତାନୀଙ୍କୁ ଗିରଫ ମଧ୍ୟ ହୋଇଛନ୍ତି । ତଟରକ୍ଷୀ ବାହିନୀ ସେମାନଙ୍କର ଫଟୋ ମଧ୍ୟ ସେୟାର କରିଛି। ଏହି ଅପରେସନ୍ ଜାନୁଆରୀ ୧୪, ୨୦୨୬ରେ ଆରବ ସାଗରରେ ପାଟ୍ରୋଲିଂ ସମୟରେ ହୋଇଥିଲା।
In a swift and precise night operation, an @IndiaCoastGuard Ship whilst on patrol in #Arabian sea sighted a #Pakistani Fishing Boat inside #Indian waters near the International Maritime Boundary Line on 14 Jan 26. On being challenged, the boat attempted to flee towards Pakistan… pic.twitter.com/DEz1aPBOed
— Indian Coast Guard (@IndiaCoastGuard) January 15, 2026
ଭାରତୀୟ ତଟରକ୍ଷୀ ବାହିନୀ କହିଛି ଯେ ଏକ ଦ୍ରୁତ ଏବଂ ସଠିକ ରାତିକାଳୀନ ଅପରେସନ୍ କରାଯାଇଥିଲା । ଆରବ ସାଗରରେ ପାଟ୍ରୋଲିଂ ସମୟରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ଭାରତୀୟ ଜଳସୀମା ଭିତରେ ଏକ ମାଛ ଧରା ଡଙ୍ଗା ଦେଖିଲା। ଡଙ୍ଗାଟି ପାକିସ୍ତାନ ପାର୍ଶ୍ୱରୁ ଆସିଥିଲା। ଡଙ୍ଗାଟି ଦେଖିବା ପରେ, ସେମାନଙ୍କୁ ଚ୍ୟାଲେଞ୍ଜ କରାଯାଇଥିଲା, ଯାହା ଫଳରେ ସେମାନେ ପାକିସ୍ତାନ ଆଡକୁ ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ, ICG ଜାହାଜ ସେମାନଙ୍କୁ ଅଟକାଇ ଧରିଥିଲା ଏବଂ ସେମାନଙ୍କ ଡଙ୍ଗାକୁ ଜବତ କରିଥିଲା। ପାକିସ୍ତାନୀ ଡଙ୍ଗା ଅଲମଦିନାରେ ମୋଟ ନଅ ଜଣ ଲୋକ ଥିଲେ।
ତଟରକ୍ଷୀ ବାହିନୀ କହିଛି, “ଏହି ମାମଲାରେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ଦ୍ୱାରା ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ମିଳିତ ପଚରାଉଚରା ପାଇଁ ଡଙ୍ଗାଟିକୁ ଏକ ICG ଜାହାଜ ଦ୍ୱାରା ପୋରବନ୍ଦର ଅଣାଯାଇଛି। ଏହି ଅଭିଯାନ ଦେଶର ସାମୁଦ୍ରିକ କ୍ଷେତ୍ରରେ ନିରନ୍ତର ନଜର ଏବଂ ଆଇନ ପ୍ରବର୍ତ୍ତନ ମାଧ୍ୟମରେ ଭାରତର ସାମୁଦ୍ରିକ ସୀମାକୁ ସୁରକ୍ଷିତ ରଖିବା ପାଇଁ ICGର ଅଟଳ ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦିଷ୍ଟ କରେ।”
ତଦନ୍ତ ଦ୍ୱାରା ଏହା ଜାଣିବକୁ ଚେଷ୍ଟା କରାଯିବ ଯେ, ଏହି ବ୍ୟକ୍ତିମାନେ କାହିଁକି ଏତେ ଦୂର ଭାରତୀୟ ଅଞ୍ଚଳକୁ ପ୍ରବେଶ କରିଥିଲେ। ଏହା କେବଳ ମାଛ ଧରିବା ପାଇଁ ଥିଲା, ନା ସେମାନେ ଡଙ୍ଗା ମାଧ୍ୟମରେ ନିଶାଦ୍ରବ୍ୟ ଚୋରା ଚାଲାଣରେ ସମ୍ପୃକ୍ତ ଥିଲେ? ପାକିସ୍ତାନୀ ଚୋରା ଚାଲାଣକାରୀମାନେ ପ୍ରାୟତଃ ମାଛ ଧରିବା ଜାଲ ତଳେ ନିଶାଦ୍ରବ୍ୟର ପ୍ୟାକେଟଗୁଡ଼ିକୁ ଲୁଚାଇ ରଖନ୍ତି, ଯାହାକୁ ପରେ ନାର୍କୋ-ଆତଙ୍କବାଦ ବିସ୍ତାର କରିବା ପାଇଁ ବ୍ୟବହାର କରାଯାଏ।