ନୂଆଦିଲ୍ଲୀ: ଭାରତର ତଟରକ୍ଷୀ ବାହିନୀ (ICG) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଏକ ପାକିସ୍ତାନୀ ଡଙ୍ଗାକୁ ଜବତ କରାଯାଇଛି । ୧୧ ଜଣ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ଡଙ୍ଗାରେ ଥିବା ଲୋକମାନେ ଭାରତୀୟ ଜଳସୀମାରେ ବେଆଇନ ଭାବରେ କାର୍ଯ୍ୟ କରୁଥିଲେ ଏବଂ ମାଛ ଧରିଥିଲେ । ଭାରତୀୟ ତଟରକ୍ଷୀ ବାହିନୀ ଡଙ୍ଗାଟିକୁ ଅଟକାଇବା ସହ ଏହାକୁ ଜବତ କରି ଏଥିରେ ଥିବା ସମସ୍ତ ୧୧ ଜଣଙ୍କୁ ଗିରଫ କରିଛି ।
ଭାରତୀୟ ତଟରକ୍ଷୀ ବାହିନୀ କହିଛି, ” ଡିସେମ୍ବର ୧୦ ତାରିଖରେ, ଏକ ଦ୍ରୁତ ଏବଂ ସମନ୍ୱିତ ଅଭିଯାନରେ, ଭାରତୀୟ ତଟରକ୍ଷୀ ବାହିନୀ ୧୧ ଜଣ ଜଣଙ୍କୁ ଗିରଫ କରିବା ସହ ଭାରତୀୟ ଜଳସୀମା ଭିତରେ ବେଆଇନ ଭାବରେ କାର୍ଯ୍ୟ କରୁଥିବା ଏକ ପାକିସ୍ତାନୀ ମାଛ ଧରା ଡଙ୍ଗାକୁ ଜବତ କରିଥିଲା । ଏହି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ICGର ଅଟଳ ସତର୍କତା ଏବଂ MZI ମଧ୍ୟରେ ଏହାର ସାମୁଦ୍ରିକ ସୀମାକୁ ସୁରକ୍ଷା ଦେବା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନକୁ ବଜାୟ ରଖିବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ନିରନ୍ତର ପର୍ଯ୍ୟବେକ୍ଷଣ ଏବଂ ସକ୍ରିୟ ଅଭିଯାନ ଆମର ସାମୁଦ୍ରିକ ସୁରକ୍ଷା ରଣନୀତିର ଆଧାର ଅଟେ।”