Latest Odisha News

କୋଷ୍ଟ ଗାର୍ଡ ଜବତ କଲେ ୮ କୋଟି ମୂଲ୍ୟର ୨ ଟନ ସି କକମ୍ବର

ମଣ୍ଡପମ: ତାମିଲନାଡୁ ମଣ୍ଡପମ ଅଂଚଳରେ କୋଷ୍ଟଗାର୍ଡ ୨ ଟନ ସି କକମ୍ବର ପ୍ରାଣୀ ଜବତ କରିଛି । ଉପକୂଳରୁ ପ୍ରାୟ ୧୫ କିଲୋମିଟର ଦୂରରେ ସନ୍ଦିଗ୍ଧ ଅବସ୍ଥାରେ ସମୁଦ୍ରରେ ଏକ ନୌକାକୁ ଠାବ କରାଯାଇଥିଲା । ଯାଂଚ କରାଯିବା ପରେ ଏଥିରେ ୨ ଟନ ସି କକମ୍ବର ଥିଲେ । ଯାହାର ଆନ୍ତର୍ଜାତୀୟ ମୂଲ୍ୟ ୮କୋଟି ଟଙ୍କା ପାଖାପାଖି ହେବ । ନୌକାରେ କେହି ଚାଳକ ନ ଥିଲେ ।

ସି କକମ୍ବର ଏକ ସାମୁଦ୍ରିକ ପ୍ରାଣୀ ଏବଂ ଏହା ଦେଖିବାକୁ କାକୁଡି ପରି । ଏହି ଦୁର୍ଲଭ ପ୍ରାଣୀଙ୍କ ଆନ୍ତର୍ଜାତୀୟ ବଜାରରେ ବେଶ ଚାହିଦା ରହିଛି । କୋଷ୍ଟଗାର୍ଡଙ୍କ ସତର୍କତା ଯୋଗୁ ସମୁଦ୍ର ମଧ୍ୟରୁ ଅନେକ ନିଶା ଏବଂ ଚୋରା ସାମଗ୍ରୀ ଓ ଦୁର୍ଲଭ ପ୍ରାଣୀ କାରୋବାରକୁ ଶକ୍ତ ଧକକା ଲାଗିଛି ।

Leave A Reply

Your email address will not be published.