Latest Odisha News

BREAKING NEWS

ଆରବ ସାଗରର ଭାରତୀୟ ସୀମାରେ ଧରାପଡିଲେ ୧୦ ପାକିସ୍ତାନୀ

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ବଡ ସଫଳତା ମିଳିଛି । ଆରବସାଗରେ ଗସ୍ତ କରୁଥିବା ଭାରତୀୟ ଜାହଜ ଅଙ୍କିତ ଶନିବାର ରାତିରେ ଏକ ନୌକା ସମେତ ୧୦ଜଣ ପାକିସ୍ତାନୀ ନାଗରିକଙ୍କୁ ଧରିଛି । ଭାରତୀୟ ଜଳକ୍ଷେତ୍ରରେ ନୌକାଟି ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲା । ଅଟକ ରଖାଯାଇଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା ପାଇଁ ପୋରବନ୍ଦର ଅଣାଯାଇଛି ।

ଭାରତୀୟ ଜାହଜକୁ ଦେଖି ସେମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ନୌକାରୁ ୨ ଟନ ମାଛ ଓ ୬୦୦ ଲିଟର ଇନ୍ଧନ ଜବତ କରାଯାଇଛି । କାହିଁକି ଭାରତୀୟ ସୀମାର ୭ ମାଇଲ ଭିତରକୁ ପ୍ରବେଶ କରିଲେ ଏହାର ତଦନ୍ତ ଚାଲିଛି ।

Leave A Reply

Your email address will not be published.