Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମୂଷା ଖାଇ ଯନ୍ତାରେ ଫସିଲା ନାଗ

ପୁରୀ: ମୂଷା ଖାଇ ଯନ୍ତାରେ ଫସିଲା ନାଗ । ଆଜ୍ଞା ହଁ ମୂଷା ଖାଇବାକୁ ଆସି ଯନ୍ତାରେ ଫସିଲା ନାଗ ସାପ । ପୁରୀ ଜିଲ୍ଲା ଡେଲାଙ୍ଗର ଦାଶରଥୀ ମହାପାତ୍ରଙ୍କ ପୂଜା ସାମଗ୍ରୀ ଦୋକାନରେ ମୂଷା ମାନେ ଉପଦ୍ରବ କରୁଥିଲେ । ଆଉ ସେଇ ମୂଷାଙ୍କୁ ଧରିବା ପାଇଁ ଦାଶରଥୀ ରାତିରେ ମୂଷା ଧରା ଯନ୍ତା ବସାଇଥିଲେ । ଆଜି ସକାଳୁ ଦୋକାନ ଖୋଲିବା ପରେ ଦେଖନ୍ତି ତ ଏକ ବଡ଼ ନାଗ ସାପ ସେଇ ଯନ୍ତା ଭିତରେ ପଶି ଫଁ ଫଁ ହେଉଛି ।

ଯନ୍ତାରେ ନାଗ ଗର୍ଜନ ଦେଖି ଦାଶରଥୀ ସ୍ନେକ ହେଲ୍ପ ଲାଇନକୁ ଫୋନ୍ କରିଥିଲେ । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ସୁଶାନ୍ତ ବେହେରା ପହଞ୍ଚି ସ୍ନେକ୍ ହୁକ ବ୍ୟବହାର କରି ଯନ୍ତାଟିକୁ ଦୋକାନରୁ ବାହାର କରି ଏକ ଖୋଲା ସ୍ଥାନକୁ ନେଇଥିଲେ ।

ତା’ପରେ ସାବଧାନତାର ସହିତ ପ୍ରାୟ ୪ ଫୁଟ ଲମ୍ବର ବିଷଧର ନାଗ ସାପଟିକୁ ଯନ୍ତାରୁ ବାହାର କରିଥିଲେ ସୁଶାନ୍ତ । ପରେ ସାପ ଟିକୁ ଗାଁ ଠାରୁ ଯଥେଷ୍ଟ ଦୂରରେ ଏକ ପ୍ରାକୃତିକ ବାସସ୍ଥାନରେ ଛାଡ଼ି ଦିଆଯାଇଛି । ଏଭଳି ପରିସ୍ଥିତିରେ ଲୋକମାନେ ସାପକୁ ନିଜେ ମୁକ୍ତ କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ । ତାଲିମପ୍ରାପ୍ତ ସାପ ଉଦ୍ଧାରକାରୀଙ୍କ ସାହାଯ୍ୟ ନେବା ଉଚିତ୍ ବୋଲି କହିଛନ୍ତି ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ସୁଭେନ୍ଦୁ ମଲ୍ଲିକ ।

Leave A Reply

Your email address will not be published.