Latest Odisha News

[ଦେଖନ୍ତୁ ଭିଡିଓ] ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର କୁକୁରଜଙ୍ଗା ଜଗନ୍ନାଥ ମନ୍ଦିର

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାର ପୁରୀ । ଝାରସୁଗୁଡ଼ାର କୁକୁରଜଙ୍ଗା ଜଗନ୍ନାଥ ମନ୍ଦିରକୁ ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ବୋଲି କୁହାଯାଏ । ୧୨୧୫ ମସିହାର ଏହି ପ୍ରାଚୀନ ମନ୍ଦିରର ଐତିହ୍ୟ ବି ବେଶ୍ ରୋଚକ । ଏଠି ପ୍ରତିବର୍ଷ ଘୋଷଯାତ୍ରା ହେଉଥିବା ବେଳେ ଜମେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ରଥଯାତ୍ରା ସହ ବର୍ଷର ଅନ୍ୟ ସମୟରେ ଏଠାକୁ ପଡ଼ୋଶୀ ଜିଲ୍ଲା ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । କିନ୍ତୁ ୧୨୧୫ ମସିହାର ଏହି ପୁରାତନ ମନ୍ଦିର ପ୍ରତି ସରକାର ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି ମନ୍ଦିର ପୂଜାରୀ ପ୍ରେମାନନ୍ଦ ଦାସ ଜୀ ମହାରଣା।

କିମ୍ବଦନ୍ତୀ ଅନୁସାରେ, ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ ଭକ୍ତ । କିଏ ହାତୀରେ ତ ଆଉ କିଏ ଘୋଡ଼ାରେ ପୁରୀ ଯାଉଥିଲେ । ହେଲେ ଇଚ୍ଛା ସତ୍ତ୍ୱେ ଅନେକ ଭକ୍ତ ଯାଇ ପାରୁନଥିଲେ ଶ୍ରୀକ୍ଷେତ୍ର । କୁହାଯାଏ ଭକ୍ତଙ୍କ ଦୁଃଖ ସହି ନପାରି ପ୍ରଭୁ ଜଗନ୍ନାଥ ରାମପୁର ଜମିଦାରଙ୍କୁ ସ୍ୱପ୍ନାଦେଶ ଦେଇ କହିଥିଲେ ମୁଁ ବେହେରାପଲ୍ଲୀ ଗାଁରେ ଆବିର୍ଭାବ ହୋଇଛି । ମୋତେ କୁକୁରଜଙ୍ଗା ନାମକ ଗାଁରେ ମନ୍ଦିର ନିର୍ମାଣ କରି ସ୍ଥାପିତ କର । ଆଉ ସେବେଠୁ ଏହି ମନ୍ଦିରକୁ କୁହାଯାଉଛି ପଶ୍ଚିମ ଓଡ଼ିଶାର ପୁରୀ ।

କୁକୁରଜଙ୍ଗା ଜଗନ୍ନାଥ ମନ୍ଦିର ରଥର ଉଚ୍ଚତା ପ୍ରାୟ ୪୫ ଫୁଟ୍ ହୋଇଥିବା ବେଳେ ୧୬ଟି ଟକ ରହୁଛି  । ରଥଯାତ୍ରାରେ ଏଠାକୁ ପୁରୀ ଭଳି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଜୋରସୋରରେ ଆଗେଇ ଚାଲିଛି ରଥ କାମ । ପୁରୀରୁ ବିଶ୍ୱକ୍ରମା ସେବାୟତ ଆସି ରଥ ନିର୍ମାଣରେ ଲାଗିଛନ୍ତି ।

Leave A Reply

Your email address will not be published.