Latest Odisha News

BREAKING NEWS

ଫାଇନାଲ ପାଇଁ ଟିମ ଇଣ୍ଡିଆ ଏହି ଗୁରୁମନ୍ତ୍ର ଆପଣାଇବ

ଅହମ୍ମଦାବାଦ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ସଂସ୍କରଣର ଫାଇନାଲ ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆ ତୃତୀୟ ଥର ପାଇଁ ଟାଇଟଲ ହାସଲ କରିବା ପାଇଁ ପ୍ରସ୍ତୁତ । ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ସେମିଫାଇନାଲ ମ୍ୟାଚରୁ ଭାରତ ଅନେକ ଶିକ୍ଷା ଲାଭ କରିଛି । ଫାଇନାଲ ପାଇଁ କୋଚ, ଅଧିନାୟକ ଏବଂ ଟିମ ମ୍ୟାନେଜମେଂଟ ଗୁରୁମନ୍ତ୍ର ପ୍ରସ୍ତୁତ କରିଛନ୍ତି, ଏଗୁଡିକ ହେଲା-

ସହଜରେ ୱିକେଟ ହରାଇବେନି: ଫାଇନାଲରେ ୱିକେଟ ବଂଚାଇ ରଖିବା ଗୁରୁତ୍ୱପୂର୍ଣ୍ଣ । ଟପ ଅର୍ଡରକୁ ଏଥିପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପଡିବ । କ୍ରମାଗତ ୱିକେଟ ପତନ ଦକ୍ଷିଣ ଆଫ୍ରିକା ପରାଜୟର କାରଣ ସାଜିଥିଲା । ଭାରତର ବ୍ୟାଟ୍ସମ୍ୟାନ ଭଲ ଫର୍ମରେ ଥିବାରୁ ଏହି ଆଶା କମ ରହିଛି । ୨୦୦୩ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲର ପୁନରାବୃତି କରାଯିବନି ।ବୋଲିଂ ବିକଳ୍ପର ଉପଯୋଗ: ଦଳର ମୂଖ୍ୟ ବୋଲରଙ୍କୁ ଠିକ ଭାବେ ଉପଯୋଗ କରିବା ଅଧିନାୟକଙ୍କ ମୂଖ୍ୟ ଦାୟିତ୍ୱ ରହିବ । ଏହା ବ୍ୟତୀତ ଯଦି କୌଣସି ବୋଲର ବ୍ୟୟ ବହୂଳ ସାବ୍ୟସ୍ତ ହେଲା କିମ୍ବା ୱିକେଟ ପଡୁ ନାହିଁ ତେବେ ବିକଳ୍ପ ବୋଲିଂର ଠିକଣା ଉପଯୋଗ ଜରୁରୀ । ସେଥିପାଇଁ ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପଡିବ ।

ଚୂଡାନ୍ତ ଏକାଦଶରେ କେବଳ ଫିଟ ଖେଳାଳି: ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ଅନଫିଟ ଖେଳାଳିଙ୍କୁ ନ ରଖିବା ପାଇଁ କୁହାଯାଇଛି । ଫାଇନାଲ ପାଇଁ ଫିଟ ଖେଳାଳି ଖେଳିବେ ।
ଅନାବଶ୍ୟକ ଆକ୍ରମଣାତ୍ମକ ହେବା ଜରୁରୀ ନୁହେଁ: ବିପକ୍ଷ ଦଳର ଛୋଟ ଟାର୍ଗେଟକୁ ମଧ୍ୟ ଅଣଦେଖା କରିବା ଉଚିତ ନୁହେଁ । ଅନାବଶ୍ୟକ ଭାବେ ଆକ୍ରମଣାତ୍ମକ ହେବା ଜରୁରୀ ନୁହେଁ ବୋଲି ବ୍ୟାଟ୍ସମ୍ୟାନଙ୍କୁ କୁହାଯାଇଛି । କୋର୍ସ ଶେଷ କରିବା ଆସିବା ଦାୟିତ୍ୱ ସମସ୍ତ ଖେଳାଳିଙ୍କ ଉପରେ ନ୍ୟସ୍ତ ରହିବ ।

କ୍ୟାଚ ଧର, ମ୍ୟାଚ ଜିତ: ପ୍ରତ୍ୟେକ ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଫିଲ୍ଡିଂ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ଏହାର ଉଦାହରଣ । ଭଲ ଫିଲ୍ଡିଂ ଯୋଗୁ ୩୦ରୁ ୪୦ ରନ ସେମାନେ ବଂଚାଇଥିଲେ । ଅନ୍ୟଥା ମ୍ୟାଚ ହାତମୁଠାରୁ ପଳାଇ ଯାଇଥାନ୍ତା । ସେହିପରି କ୍ୟାଚ ଧର ମ୍ୟାଚ ଜିତ ରଣନୀତି ଆପଣାଇବାକୁ ଖେଳାଳିମାନଙ୍କୁ ସ୍ପଷ୍ଟ ବାର୍ତା ଦିଆଯାଇଛି ।

Comments are closed.