Latest Odisha News

BREAKING NEWS

ସବୁ ଫର୍ମାଟର କ୍ରିକେଟରୁ ଅବସର ନେଲେ ଭାରତୀୟ କ୍ରିକେଟର୍ ଇରଫାନ୍ ପଠାନ୍

ମୁମ୍ବାଇ: ମହାନ ଭାରତୀୟ କ୍ରିକେଟ ଅଲରାଉଣ୍ଡର୍ ଇରଫାନ୍ ପଠାନ୍ ଶନିବାର ଦିନ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।

ଏହି ପ୍ରଖ୍ୟାତ ଭାରତୀୟ ବୋଲର୍ ଜଣକ ଭାରତ ଲାଗି ୨୯ଟି ଟେଷ୍ଟ, ୧୨୦ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ତଥା ୨୪ଟି ଟି -୨୦ ମ୍ୟାଚ ଖେଳିଛନ୍ତି ।

ଇରଫାନ୍ ଭାରତ ଲାଗି ସମୁଦାୟ ୩୦୧ଟି ଅନ୍ତର୍ଜାତୀୟ ୱିକେଟ ହାସଲ କରିପାରିଛନ୍ତି ।

ମାତ୍ର ୧୯ ବର୍ଷ ବୟସରେ ଭାରତ ଲାଗି ଇରଫାନ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଡିସେମ୍ବର ୨୦୦୩ରେ ଅଷ୍ଟ୍ରେଲିଆର ଆଡ଼ିଲେଡ଼ଠାରେ ଇରଫାନ କ୍ରିକେଟ ଜୀବନ ଆରମ୍ଭ କରି ବିଖ୍ୟାତ କଙ୍ଗାରୁ ବ୍ୟାଟସମ୍ୟାନ ମାଥ୍ୟୁ ହେଡେନଙ୍କ ୱିକେଟ ହାସଲ କରିଥିଲେ ।

Leave A Reply

Your email address will not be published.